Latest Odisha News

BREAKING NEWS

୬ ମାସ ପରେ ଆଜିଠୁ ଖୋଲୁଛି ସିନେମା ହଲ୍, ଏମିତି ହୋଇଛି ବ୍ୟବସ୍ଥା

ନୂଆଦିଲ୍ଲୀ: ମାର୍ଚ୍ଚ ପରଠାରୁ ବନ୍ଦ ରହିଛି ସିନେମା ହଲ । କେନ୍ଦ୍ର ସରକାର ଅନଲକ-୫ରେ ଆଜିଠାରୁ ସିନେମା ହଲ ଖୋଲିବା ପାଇଁ ଅନୁମତି ଦେଇଥିଲେ । କୋଭିଡ୍ କଟକଣା ଭିତରେ ଆଜିଠୁ ଖୋଲୁଛି । ସିନେମା ହଲ ବନ୍ଦ ରହିବା ଯୋଗୁଁ ଏଣ୍ଟରଣ୍ଟେନମେଣ୍ଟ ଇଣ୍ଡଷ୍ଟ୍ରିର ବ୍ୟାପକ କ୍ଷତି ହୋଇଛି ।

ସିନେମା ହଲ୍ ବନ୍ଦ ଯୋଗୁଁ ସିନେମା ହଲ ମାଲିକ ଓ ସେଠାରେ କାମ କରୁଥିବା କର୍ମଚାରୀ ଅସୁବିଧାରେ ପଡିଛନ୍ତି । ସିନେମା ହଲ ଖୋଲିଲେ ପରିସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି । ଓଡ଼ିଶାରେ ଅକ୍ଟୋବର ୩୧ ଯାଏ ବନ୍ଦ ରହିବ ସିନେମା ହଲ । ଏହାପରେ ଖୋଲିବ କି ନାହିଁ ସେ ନିଷ୍ପତ୍ତି ରାଜ୍ୟ ସରକାର ନେବେ ।
ସିନେମା ହଲ୍ ଖୋଲିବା ନେଇ ଏସଓପି 
– ସିଟ୍‌ ସଂଖ୍ୟାର ୫୦%ରେ ଦର୍ଶକ ବସି ପାରିବେ, ୫୦% ସିଟ୍‌ ଖାଲି ରହିବ

– ଖାଲି ଥିବା ସିଟ୍‌ ଚିହ୍ନଟ କରି ରଖାଯିବ
– ଦର୍ଶକଙ୍କ ମଧ୍ୟରେ ଆବଶ୍ୟକ ଶାରୀରିକ ଦୂରତା
– ହାତ ଧୋଇବା ଓ ହାତ ସାନିଟାଇଜ କରିବାକୁ ପର୍ଯ୍ୟାପ୍ତ ବ୍ୟବସ୍ଥା
– ପ୍ରବେଶ ସମୟରେ ଦର୍ଶକଙ୍କର ଥର୍ମାଲ ସ୍କ୍ରିନିଂ, ଲକ୍ଷଣ ନଥିଲେ ଏଣ୍ଟ୍ରି ଅନୁମତି

– ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ
କାଉଣ୍ଟର ଅଞ୍ଚଳ ନିୟମିତ ସଫା କରାଯିବ
– ପର୍ଯ୍ୟାପ୍ତ ପରିମାଣର ଟିକେଟ୍‌ କାଉଣ୍ଟର ଖୋଲାଯିବ
– ଶାରୀରିକ ଦୂରତା ରକ୍ଷା ପାଇଁ ଫ୍ଲୋର ମାର୍କ ରହିବ
– ଗହଳି କମାଇବାକୁ ଦିନ ସାରା ଖୋଲା ରହିବ କାଉଣ୍ଟର
– ଅଗ୍ରୀମ ବୁକିଂ ପାଇଁ ଦର୍ଶକଙ୍କୁ ପ୍ରୋତ୍ସାହିତ କରାଯିବ
– ଖାଦ୍ୟ ପାନୀୟ ବିକ୍ରି ପାଇଁ ଅଧିକ କାଉଣ୍ଟର ରହିବ

– ପ୍ରସ୍ଥାନ ସମୟରେ ଧାଡିରେ ପର୍ଯ୍ୟାୟ କ୍ରମେ ଦର୍ଶକଙ୍କୁ ବାହରକୁ ଛଡାଯିବ
– ମଲଟିପଲ ସ୍କ୍ରିନରେ ପର୍ଯ୍ୟାୟକ୍ରମେ ସିନେମା ପ୍ରଦର୍ଶନ
– ଦୁଇଟି ସୋ ମଧ୍ୟରେ ପର୍ଯ୍ୟାପ୍ତ ସମୟ ବ୍ୟବଧାନ
– ସିନେମାହଲ କର୍ମଚାରୀ ଗ୍ଲୋଭସ, ମାସ୍କ, ପିପିଇ ପିନ୍ଧିବେ
– କଣ୍ଟାକ୍ଟ ଟ୍ରେସିଂ ପାଇଁ ଦର୍ଶକଙ୍କ ଫୋନ ନମ୍ବର ରଖାଯିବ
– ଦର୍ଶକ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ ରହିବ
– ଏୟାର କଣ୍ଡିସନିଂ ସେଟିଂ ୨୪-୩୦ଡିଗ୍ରୀ
– ଇଣ୍ଟରମିସନ ସମୟରେ ଦର୍ଶକଙ୍କୁ ଅଯଥାରେ ନବୁଲିବାକୁ ପରାମର୍ଶ
– ଆରୋଗ୍ୟ ସେତୁ ଆପ ବ୍ୟବହାର ପାଇଁ ପରାମର୍ଶ

Leave A Reply

Your email address will not be published.