Latest Odisha News

BREAKING NEWS

ଜମି ବିବାଦକୁ ନେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ପୁରୀ : ଜମି ବିବାଦକୁ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ। ପୁରୀ ଗଡ଼ ମୃଗସିରା ପଞ୍ଚାୟତର ସୁନ୍ଦର ଗାଁ ର ଲୋକମାନେ ଜମିଜମା ଘଟଣା ନେଇ ହୋଇଥିବା ବିଶୃଙ୍ଖଳାରେ ଜିଲ୍ଲାପାଳ ହସ୍ତକ୍ଷେପ କରିବା ଦାବି ନେଇ ଦାବିପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ଅନୁସାରେ ପୁରୀ ସଦର ବ୍ଲକ ସୁନ୍ଦର ଗାଁ ର ଶ୍ରୀମନ୍ଦିର ପ୍ରଶାସନ ଅନେକ ଅନାବାଦୀ ଓ ଗୋଚର ଜମି ଅଛି ଏହି ଜମିରେ ଆଜିକୁ ପ୍ରାୟ ୫୦ ବର୍ଷ ହେବ ଗାଁ ଲୋକ ବାସ କରୁଛନ୍ତି।

ଏଥିପାଇଁ ସେମାନେ ଶ୍ରୀମନ୍ଦିର ପ୍ରଶାସନକୁ ଖଜଣା ମଧ୍ୟ ଦେଉଛନ୍ତି । କିନ୍ତୁ କିଛି ବର୍ଷ ହେବ ଗାଁ ର କିଛି ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି କିଛି ଗିରବ ଲୋକଙ୍କ ଠାରୁ ଜୋର ଜବରଦସ୍ତ ଖଜଣା ଟଙ୍କା ଆଦାୟ କରିଛନ୍ତି । ଏନେଇ ପ୍ରତିବାଦ କଲେ ଆକ୍ରମଣ କରୁଛନ୍ତି।ଏଣୁ ସୁନ୍ଦର ଗାଁ ର ଲୋକମାନେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । ଏନେଇ ପୋଲିସ ପାଖରେ ଅଭିଯୋଗ କଲେ ମଧ୍ୟ ପୋଲିସ କାର୍ଯ୍ୟନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି । ଏଣୁ ତୁରନ୍ତ ଜିଲ୍ଲାପାଳ ଘଟଣାରେ ହସ୍ତକ୍ଷେପ କରିବା ସହ ତଦନ୍ତ ର ନିର୍ଦ୍ଦେଶ ଦେବାକୁ ସୁନ୍ଦରଗାଁର ଲୋକମାନେ ଦାବି କରିଛନ୍ତି।

Leave A Reply

Your email address will not be published.