ମୁମ୍ବାଇ: ୬ ମାସ ପାଇଁ କାମରୁ ବିରତି ନେଲେ ସାଉଥର ଲୋକପ୍ରିୟ ଅଭିନେତ୍ରୀ ସମାନ୍ଥା ରୁଥ ପ୍ରଭୁ । ନିଜ ସ୍ୱାସ୍ଥ୍ୟକୁ ନଜରରେ ରଖି ତାଙ୍କର ସବୁ କାମ ଶେଷ କରି ପ୍ରାୟ ୬ ମାସ ସେ କାମରୁ ବିରତି ନେଇଛନ୍ତି । ଏହି ସମୟ ମଧ୍ୟରେ ସେ ସମ୍ପୂର୍ଣ୍ଣ ବିଶ୍ରାମ ନେବା ସହ ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେବେ । ଆମେରିକାରେ ସେ ତାଙ୍କର ଅଟୋଇମ୍ୟୁନୋ ସ୍ଥିତି ମାୟୋସିଟିସର ଚିକିତ୍ସା କରାଇବେ । ହେଲେ ଏହି ୬ ମାସ ଭିତରେ ପ୍ରାୟ ୧୨ କୋଟି ଟଙ୍କା ସେ କ୍ଷତି ସହିଥିବା ଜଣାଯାଇଛି । ଏକଥା ସେ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହା ଜାଣିବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କର ଆଶୁକାମନା କରିଛନ୍ତି ।
ଏହି ବିରତି ନେଉଥିବାରୁ ସେ କୌଣସି ବି ପ୍ରୋଜେକ୍ଟ ସାଇନ କରି ନ ଥିଲେ । ଏମିତିକି ସେ ମେକର୍ସଙ୍କ ଆଡଭାନ୍ସ ପେମେଣ୍ଟ ବି କୁଆଡେ ଫେରାଇ ଦେଇଥିଲେ । ସାମନ୍ଥା ପ୍ରତିଟି ଫିଲ୍ମ ପାଇଁ ୪ କୋଟି ଟଙ୍କା ଡିମାଣ୍ଡ କରିଥାଆନ୍ତି । ଏଥିପାଇଁ ତାଙ୍କୁ ବହୁତ ବଡ କ୍ଷତି ସହିଥିବା ଆଲୋଚନା ହେଉଛି । ପୂର୍ବରୁ ସେ ଯେଉଁ ୩ଟି ଫିଲ୍ମ ସାଇନ କରି ନ ଥିଲେ, ସେଥିପାଇଁ ସେ ପ୍ରାୟ ୧୦ରୁ ୧୨ କୋଟି ଟଙ୍କା ହରାଇଥିବା ଜଣାଯାଇଛି ।
Comments are closed.