ମୁମ୍ବାଇ: ଭାରତୀୟ ଦମ୍ପତି ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଓ ନାଗା ଚୈତନ୍ୟ ପରସ୍ପରକୁ ଛାଡ଼ପତ୍ର ଦେବା ପରେ ବି ଅଧିକାଂଶ ସମୟ ଚର୍ଚ୍ଚାରେ ରହି ଆସୁଛନ୍ତି । ଏବେ ସାମନ୍ଥାଙ୍କ ଏକ ଇନଷ୍ଟା ଷ୍ଟୋରୀ ଚର୍ଚ୍ଚାରେ ରହିଛି । ସେ ଷ୍ଟୋରୀରେ ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ ସେ ଡାକ୍ତରଖାନାରେ ଭର୍ତ୍ତି ହେବା ଭଳି ମନେ ହେଉଛି । କାରଣ ସେ ଏକ ଖଟ ଉପରେ ଶୋଇଥିବା ବେଳେ ତାଙ୍କ ହାତରେ ଡ୍ରିପ୍ସ ଲାଗିଥବା ଦେଖିବାକୁ ମିଳିଛି । ଫଟୋ ସେୟାର କରି ସେ ଯେଉଁ ଔଷଧ ନେଉଛନ୍ତି, ସେଥିରୁ ଶରୀରକୁ କେଉଁ ସବୁ ଲାଭ ମିଳେ ତାହା ଲେଖିଛନ୍ତି ସାମନ୍ଥା । ତେବେ ସାମନ୍ଥାଙ୍କ ଏଭଳି ଷ୍ଟୋରୀ ପରେ ତାଙ୍କ ପ୍ରଶଂସକ ଚିନ୍ତାରେ ପଡ଼ିଛନ୍ତି ।
ଚାରି ବର୍ଷର ବୈବାହିକ ଜୀବନ ପରେ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଦମ୍ପତି ଅଭିନେତ୍ରୀ ସାମନ୍ଥା ଓ ନାଗା ଚୈତନ୍ୟ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ । ଏହି ଛାଡ଼ପତ୍ର ଉଭୟଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା । କିଛି ଦିନ ତଳେ ନାଗା ସାମନ୍ଥାଙ୍କ ପୋଷା କୁକୁର ନାଗାଙ୍କ୍ ସହ ନଜର ଆସିବାରୁ ଦୁହେଁ ପୁଣି ଥରେ ଏକାଠି ହେବେ ବୋଲି ଚର୍ଚ୍ଚା ହୋଇଥିଲା । ହେଲେ ସାମନ୍ଥା ନାଗାଙ୍କ ନାମର ଟାଟୁ ହଟାଇବା ସହ ହେଉଥିବା ଚର୍ଚ୍ଚା ଉପରେ ବିରାମ ଲଗାଇଥିଲେ ।
ଏହା ପୂର୍ବରୁ ନିଜର କିଛି ଫଟୋ ସାମନ୍ଥା ଇନଷ୍ଟାରେ ସେୟାର କରିଥିଲେ । ଫଟୋ ଦେଖି ଜଣାପଡ଼ିଥିଲା ଯେ, ନାଗାଙ୍କୁ ନିଜ ମନରୁ କାଢ଼ି ସାରିଛନ୍ତି ଅଭିନେତ୍ରୀ । ବିବାହ ପରେ ସାମନ୍ଥା ନିଜ ପଞ୍ଜରା ହାଡରେ ସ୍ୱାମୀଙ୍କ ନାମ ଟାଟୁ କରିଥିଲେ । ଛାଡ଼ପତ୍ର ପରେ ବି ତାଙ୍କ ଶରୀରରେ ସେହି ଟାଟୁ ରହିଥିଲା । ହେଲେ ଏବେ ସେୟାର କରିଥିବା ଫଟୋରେ ସାମନ୍ଥାଙ୍କ ପଞ୍ଜରା ହାଡରେ ଟାଟୁ ନଥିବା ଦେଖିବାକୁ ମିଳିଥିଲା । ଏହା ଦେଖିବା ପରେ ଅଭିନେତ୍ରୀ ସମ୍ପୂର୍ଣ୍ଣ ଭାବେ ସ୍ୱାମୀଙ୍କୁ ଭୁଲି ସାରିଥିବା ସ୍ପଷ୍ଟ ହୋଇଥିଲା ।
Comments are closed.