Latest Odisha News

BREAKING NEWS

ଆସନ୍ତୁ ଜାଣିବା ସାମନ୍ଥାଙ୍କ ନୂଆ ଆଗ୍ରହ ସମ୍ପର୍କରେ

ମୁମ୍ବାଇ: ସାଉଥର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୂଙ୍କ ଖୁସୀ ରିଲିଜ ହେବାକୁ ଯାଉଛି । ଏଥିରେ ବିଜୟ ଦେବରକୋଣ୍ଡାଙ୍କ ସହ ସେ ଅଭିନୟ କରୁଛନ୍ତି । ଫିଲ୍ମର ଟ୍ରେଲରକୁ ପ୍ରଶଂସକମାନେ ବେଶ ପସନ୍ଦ କରିଛନ୍ତି । ସାମନ୍ଥା ଏବେ କିଛି ଦିନ ପାଇଁ ଫିଲ୍ମ ଶୁଟିଂରୁ ବ୍ରେକ ନେଇଛନ୍ତି । ସେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଗ ୁରୁତ୍ୱ ଦେବା ପାଇଁ ଏହି ନିଷ୍ପତି ନେଇଛନ୍ତି । ସୂଚନାଯୋଗ୍ୟ, ସାମନ୍ଥା ମାୟୋସାଇଟିସ ରୋଗରେ ଆକ୍ରାନ୍ତ ଅଛନ୍ତି । ଫିଲ୍ମରୁ ବ୍ରେକ ନେବା ପରେ ସାମନ୍ଥା ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ଯୋଗାଯୋଗରେ ରହିଛନ୍ତି ।

ନିକଟରେ ସାମନ୍ଥା ତାଙ୍କ ନୂତନ ଆଗ୍ରହ ସମ୍ପର୍କରେ ଖୁଲାସା କରିଛନ୍ତି । ସେ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ପାଣି ପାଇଁ ନୂତନ ଆଗ୍ରହ । ନୂଆ ନିୟମ ସହ ନୂତନ ଚିନ୍ତାଧାରା ଆସିଥାଏ ବୋଲି ଲେଖିଛନ୍ତି । ଏଥିରେ ସେ ଏକ ଗ୍ଲାସରେ ପାଣି ଧରିଥିବା ଦେଖିବାକୁ ମିଳିଛି । ପ୍ରଶଂସକମାନେ ସାମନ୍ଥାଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ।

Leave A Reply

Your email address will not be published.