Latest Odisha News

BREAKING NEWS

ଭାଇରାଲ ହେଉଛି ସାମନ୍ଥାଙ୍କ ଧ୍ୟାନ ଫଟୋ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୂ କିଛି ଦିନ ତଳେ ଫିଲ୍ମରୁ ସାମୟିକ ଭାବେ ବ୍ରେକ ନେବେ ବୋଲି ଘୋଷଣା କରିଥିଲେ । ସିଟାଡେଲର ଶୁଟିଂ ଶେଷ ହେବା ପରେ ସେ କହିଥିଲେ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ମୁଁ କିଛି ଦିନ ପାଇଁ ଏଥିରୁ ଦୂରେଇ ରହିବି ବୋଲି କହିଥିଲେ । ବୁଧବାର ତାଙ୍କର ଏକ ଶାନ୍ତ ଚିତର ଧ୍ୟାନ ଫଟୋ ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ଏହା ଭାଇରାଲ ହେବାରେ ଲାଗିଛି । ସେ ସଦଗୁରୁଙ୍କ ଈଶା ଯୋଗ ସେଂଟର କୋଏମ୍ବଟରୁରେ ଅନ୍ୟମାନଙ୍କ ସହ ମିଶି ଏହି ଧ୍ୟାନ କରୁଛନ୍ତି ।

ସେ ଲେଖିଛନ୍ତିି ପ୍ରଥମେ ଧ୍ୟାନ କଲା ବେଳେ ମନକୁ ଅନେକ କଥା ଆସୁଥିଲା । ଏବେ ସ୍ଥିର ଚିତରେ ଏଥିପ୍ରତି ମନୋନିବେଶ କରିବା ଯୋଗୁ ଅନେକ ମାନସିକ ଶାନ୍ତି ମଳୁଛି । ଏହା ମୋତେ ଧିରେ ଧିରେ ବଦଳାଇ ଦେଉଛି ବୋଲି ସେ ଲେଖିଛନ୍ତି । ସାମନ୍ଥା ଅଳ୍ପ ଦିନ ମଧ୍ୟରେ ବିବାହ ବିଚ୍ଛେଦ, ରୋଗାକ୍ରାନ୍ତ ଏବଂ ଫିଲ୍ମର ସଫଳତା ସବୁ କିଛି ପାଇଛନ୍ତି । ମନକୁ ସ୍ଥିର ରଖିବା ପାଇଁ ସେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଯାହାକୁ ଅନ୍ୟ ସାଥୀ କଳାକାରମାନେ ପ୍ରଶଂସା କରିଛନ୍ତି ।

Comments are closed.