Latest Odisha News

ମହିଳାଙ୍କ ଟାଟୁ ନିଶା: ପ୍ରତିଦିନ ଶୋଇବା ପୂର୍ବରୁ ତାଙ୍କ ଶରୀରରେ ପ୍ରେମିକ କରନ୍ତି ଟାଟୁ

ବ୍ରିଟେନ: ଆଜିକାଲି ଯୁବପୀଢିଙ୍କ ଶରୀରରେ ଟାଟୁ କରିବା ଏକ ପ୍ରକାର ଫ୍ୟାଶନ ପାଲଟି ଯାଇଛି । କିନ୍ତୁ ବିଟ୍ରେନର ଜଣେ ମହିଳାଙ୍କ ପାଇଁ ଟାଟୁ କରିବା ଏକ ପ୍ରକାରର ନିଶା ପାଲଟିଯାଇଛି । ସେ ଏତେଗୁଡ଼ିଏ ଟାଟୁ କରିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଶରୀରରେ ଶହ ଶହ ଟାଟୁ ରହିଛି ।

୪୬ ବର୍ଷୀୟା ମେଲିସା ସ୍ଲୋଆନ୍ ବ୍ରିଟେନରେ ରୁହନ୍ତି । ସେ ଶରୀରରେ ଟାଟୁ କରିବା ପାଇଁ ବହୁତ ପସନ୍ଦ କରନ୍ତି । ସେ ତାଙ୍କ ଶରୀରରେ ଟାଟୁ କରିବାରେ ଅଧା ଜୀବନ ଅତିବାହିତ କରିସାରିଲେଣି । ତାଙ୍କ ଶରୀରରେ ଏତେଗୁଡ଼ିଏ ଟାଟୁ ଅଛି, ଯାହାକୁ କେହି କଳ୍ପନା କରିପାରିବେ ନାହିଁ । ତାଙ୍କର ଏହି ଟାଟୁ ପାଇଁ ସେ ଅନେକ ଥର ଚାକିରି ମଧ୍ୟ ହରାଇଛନ୍ତି । ସେ ଦୁଇ ସନ୍ତାନର ମାଆ ଅଟନ୍ତି । ଅନେକ ଥର ସେ ନିଜ ପିଲାମାନଙ୍କ ଆଗରେ ପରିହାସର ସାମ୍ନା କରିବାକୁ ପଡ଼ିଛି । ଏହାସତ୍ତ୍ୱେ ସେ ନିଜ ଦେହରେ ଟାଟୁ କରିବା ବନ୍ଦ କରି ନାହାନ୍ତି ନାହିଁ । ବାସ୍ତବରେ ଟାଟୁ କରିବା ତାଙ୍କ ପାଇଁ ନିଶା ପାଲଟି ଯାଇଛି । ରାତିରେ ଶୋଇବା ପୂର୍ବରୁ ତାଙ୍କ ବୟଫ୍ରେଣ୍ଡ ପ୍ରତିଦିନ ଶରୀରରେ ଟାଟୁ କରିଥାନ୍ତି ।

ମେଲିସା କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ତାଙ୍କ ଶରୀରରେ ୮୦୦ ରୁ ଅଧିକ ଟାଟୁ ରହିଛି । ତାଙ୍କ ମୁହଁରେ ଏ ପର୍ଯ୍ୟନ୍ତ ଟାଟୁର ତିନି ପରସ୍ତ ହୋଇଗଲାଣି । ସେ ଟାଟୁ କରିବା ଟାଇମ୍ ପାସ ନୁହେଁ, ଜୀବନର ଏକ ଅଂଶ ବୋଲି ମାନନ୍ତି ।
ତାଙ୍କୁ ଯେତେବେଳେ ୨୦ ବର୍ଷ ବୟସ ହୋଇଥିଲା, ସେତେବେଳେ ସେ ପ୍ରଥମେ ତାଙ୍କ ପ୍ରେମିକଙ୍କ ନାମକୁ ତାଙ୍କ ଶରୀରରେ ଟାଟୁ କରିଥିଲେ । ଛୁଞ୍ଚିି ଫୁଟିବାର ଯନ୍ତ୍ରଣାକୁ ସେ ଭଲ ପାଆନ୍ତି ବୋଲି କହିଛନ୍ତି ।

Leave A Reply

Your email address will not be published.