Latest Odisha News

ପୁଣି ନିୟମିତ ଚାଲିବ ସମତା ଏକ୍ସପ୍ରେସ

ଦକ୍ଷିଣ ପୂର୍ବ ମଧ୍ୟ ରେଳପଥ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ସାମୟିକ ଭାବେ ବାତିଲ ହୋଇଥିଲା

ଭୁବନେଶ୍ୱର: ରାୟଗଡା-ଟିଟିଲାଗଡ ଏବଂ ରାୟପୁର ମାର୍ଗ ଦେଇ ଚଳାଚଳ କରୁଥିବା ବିଶାଖାପାଟନମ୍-ହଜରତ ନିଜାମୁଦ୍ଦିନ-ବିଶାଖାପାଟନମ୍ ସମତା ଏକ୍ସପ୍ରେସକୁ ବିଶାଖାପାଟନମ୍ ନିଜାମୁଦ୍ଦିନରୁ ସାମୟିକ ଭାବେ ବାତିଲ କରାଯାଇଥିଲା । ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳ ପ୍ରାଧିକରଣରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଏହି ଟ୍ରେନକୁ ୨୬ରୁ ୨୮ ଏପ୍ରିଲ ପର୍ଯ୍ୟନ୍ତ ବାତିଲ କରାଯାଇଥିଲା ।

ଏବେ ସେବାକୁ ସାମୟିକ ବାତିଲ ପରିବେର୍ତ୍ତେ ପୁନଃ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି । ଯାତ୍ରୀଙ୍କ ସୁବିଧା ସହିତ ଗ୍ରୀଷ୍ମ ପ୍ରବାହ ସମୟରେ ଚାହିଦାକୁ ଦୃଷ୍ଟିରେ ରଖି ପୁନଶ୍ଚ ଟ୍ରେନ ଚଳାଇବାକୁ ନିଷ୍ପତି ହୋଇଛି ।

୧୨୮୦୭ ବିଶାଖାପାଟନମ୍-ହଜରତ ନିଜାମୁଦ୍ଦିନ ସମତା ଏକ୍ସପ୍ରେସ ବିଶାଖାପାଟନମ୍ ଠାରୁ ୨୮.୦୪.୨୦୨୨ ରୁ ଏବଂ ୧୨୮୦୮ ହଜରତ ନିଜାମୁଦ୍ଦିନ-ବିଶାଖାପାଟନମ୍ ସମତା ଏକ୍ସପ୍ରେସ ନିଜାମୁଦ୍ଦିନରୁ ୩୦.୦୪.୨୦୨୨ ଠାରୁ ଏହାର ନିର୍ଧାରିତ ମାର୍ଗ ଏବଂ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ ।

Leave A Reply

Your email address will not be published.