Latest Odisha News

[ଦେଖନ୍ତୁ ଭିଡିଓ] ବଡ଼ଦାଣ୍ଡରେ ସାଂସଦ ଅପରାଜିତା: ହଟହଟା ପରେ ଦିଅଁ ଦର୍ଶନ

ଶ୍ରୀମନ୍ଦିର ହେରିଟେଜ୍ ପ୍ରକଳ୍ପକୁ ନେଇ ଆଜି ସପକ୍ଷ ଓ ବିପକ୍ଷ ଗୋଷ୍ଠୀ ମଧ୍ୟରେ ଏକରକମ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ସାଂସଦ ଅପରାଜିତା ଜଗନ୍ନାଥ ଦର୍ଶନ ପାଇଁ ବାହାରିଥିବା ବେଳେ ଚନ୍ଦନପୁର ନିକଟରେ ତାଙ୍କୁ ଅଟକାଇଥିଲା ପୁଲିସ୍ । ହେଲେ ସେଠାରେ ଅଟକି ଯାଇନଥିଲେ ଅପରାଜିତା । ଶେଷରେ ବାଧ୍ୟ ହୋଇ କିଛି ବାଟ ପାଦରେ ଚାଲି ଚାଲି ଯାଇଥିଲେ । ପଦ ଯାତ୍ରା ଡାକରାକୁ ସ୍ଥଗିତ ରଖାଯାଇଥିବା ସତ୍ତ୍ୱେ ସାଂସଦଙ୍କୁ ଅଟକାଯିବା ଘଟଣାକୁ ନିଜେ ସାଂସଦ ଓ ତାଙ୍କ ସମର୍ଥକ ମାନେ ରାଜ୍ୟ ସରକାରଙ୍କୁ ନିନ୍ଦା କରିଛନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପରେ ସାଂସଦ ଅପରାଜିତାଙ୍କ ପ୍ରତିକ୍ରିୟା ମିଳିଛି ।

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ସାଂସଦ ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଥିବା ସହ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୁରୀ ଶ୍ରୀମନ୍ଦିର ବିକାଶ ମଞ୍ଚ ।

ସେପଟେ ସାଂସଦ ଅପରାଜିତାଙ୍କ ଗସ୍ତ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

Leave A Reply

Your email address will not be published.