Latest Odisha News

BREAKING NEWS

ଲାଇନଚ୍ୟୁତ ହେଲା ନାଗାବଳୀ ଏକ୍ସପ୍ରେସ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ବିଜୟନଗରମ ରେଳ ଷ୍ଟେସନ ନିକଟସ୍ଥ ଭେଙ୍କଟ ଲକ୍ଷ୍ମୀ ଥିଏଟର ଜଙ୍କସନରେ ବୁଧବାର ଦିନ ନାନ୍ଦେଦ-ସମ୍ବଲପୁର ନାଗାବଳୀ ଏକ୍ସପ୍ରେସର ଏକ ଜେନେରାଲ କୋଚ୍ ଲାଇନଚ୍ୟୁତ ହୋଇଯାଇଛି।

ତେବେ ଟ୍ରେନଟି ଦିନ ୧୧.୪୦ ସମୟରେ ବୋବିଲି ଅଭିମୁଖେ ଯାତ୍ରା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଏହି ଦୁର୍ଘଟଣାରେ ସମସ୍ତେ ସୁରକ୍ଷିତ ଥିବା ନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

ଦୁର୍ଘଟଣା ପରେ ରେଳବାଇ କର୍ମଚାରୀମାନେ ତୁରନ୍ତ ଲାଇନଚ୍ୟୁତ ହୋଇଥିବା ବଗିକୁ ଅଲଗା କରିଥିଲେ ଓ ବିନା କୌଣସି ବାଧାରେ ଅପରାହ୍ନ ୧୨.୪୭ମି.ରେ ଟ୍ରେନ ପୁନର୍ବାର ନିଜର ଯାତ୍ରା ଆରମ୍ଭ କରିଥିଲା। ତେବେ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

ଉଲ୍ଲେଖଯୋଗ୍ୟ, ଏହାର ତିନିଦିନ ପୂର୍ବରୁ ବେଙ୍ଗାଲୁରୁ-କାମାକ୍ଷା ଏସି ଏକ୍ସପ୍ରେସର ୧୧ଟି କୋଚ୍ ଲାଇନଚ୍ୟୁତ ହୋଇଥିଲା। ସେଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଆହତ ହୋଇଥିଲେ।

Comments are closed.