Latest Odisha News

Job Fraud:ଝାଡ଼ୁଦାର ଚାକିରି ଠକେଇ ମାମଲା, ବିଷ ପିଇଥିବା ମହିଳା ମୃତ

ସମ୍ବଲପୁର:ଝାଡୁଦାର ଚାକିରି ଦେବା ନାଁରେ ପ୍ରାୟ ୬ ଶହ ଲୋକଙ୍କ ଠାରୁ ୬୪ ଲକ୍ଷ କଲେକ୍ସନ କରିଥିଲେ ୩୮ ବର୍ଷୀୟ ସ୍ୱର୍ଣ୍ଣପ୍ରଭା ପାଢ଼ୀ । ଚାପଗ୍ରସ୍ତ ହୋଇ ବିଷ ପିଇ ଦେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ  ବୁର୍ଲା ଭୀମସାରରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କର ମୃତ୍ୟୁ ହୋଇଛି।

ମହିଳା ଜଣକ ଶତାଧିକ ଲୋକଙ୍କ ଠାରୁ ଟଙ୍କା ଆଣି ଅଭିଯୁକ୍ତ ରାହୁଲ ଓ ପଦ୍ମାଙ୍କୁ ଦେଇଥିଲେ।

ସୂଚନାଥାଉକି, ଘଟଣାରେ ଗିରଫ କ୍ଷେତରାଜପୁର ବଡ଼ବଜାର ଅଞ୍ଚଳର ସମ୍ରାଟ ରାୟ ଓରଫ୍‌ ରାହୁଲ୍‌ ଏବଂ ବୁର୍ଲା ସାତୁପାଲିର ପଦ୍ମାବତୀ ତାଣ୍ଡି ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଜିଲ୍ଲାର ପ୍ରାୟ ୨୦୦୦ ହଜାର ଚାକିରି ଆଶାୟୀଙ୍କଠାରୁ ୨ କୋଟି ଟଙ୍କା ଚଳୁ କରିଥିଲେ । ଏଥିପାଇଁ ସେମାନେ ଅନେକ ଏଜେଣ୍ଟଙ୍କୁ କାମରେ ରଖିଥିଲେ। ତେବେ ଘଟଣା ଜଣାପଡ଼ିବା ପରେ ସେମାନଙ୍କୁ ଗିରଫ କରିଥିଲା ସମ୍ବଲପୁର ପୋଲିସ ।

ଏହା ପରେ ଚାକିରି ଆଶାୟୀମାନେ ସ୍ୱର୍ଣ୍ଣପ୍ରଭାଙ୍କ ଚିପିଲିମା ଘରେ ଭିଡ଼ ଜମାଇ ଟଙ୍କା ଫେରସ୍ତ ଦାବି କରିଥିଲେ। ଚାପଗ୍ରସ୍ତ ହୋଇ ଉପାୟ ନ ପାଇ ସ୍ୱର୍ଣ୍ଣପ୍ରଭା ବିଷ ପିଇ ଦେଇଥିଲେ ।

Comments are closed.