ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ବାଟ ଫିଟିଲା। ୨୦୧୫ରେ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଦ କଲେ ଓଡିଶା ହାଇକୋର୍ଟ। ୬ ସପ୍ତାହ ଭିତରେ ବିଜ୍ଞପ୍ତି ପାଇଁ ସରକାରଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ସଂରକ୍ଷଣ ନିୟମ ଆଧାରରେ ସାନି ବିଜ୍ଞପ୍ତି ପାଇଁ କହିଲେ ହାଇକୋର୍ଟ।
ଏହି ବିଜ୍ଞପ୍ତି ସଂରକ୍ଷଣ ନିୟମ ଅନୁସାରେ ପ୍ରସ୍ତୁତ ହେବାକୁ କୁହାଯାଇଛି। ୨୦୧୫ରେ ପ୍ରକାଶିତ ବିଜ୍ଞପ୍ତିରେ ୱାର୍ଡ ସଂରକ୍ଷଣ ୫୦% ଅତିକ୍ରମ କରିଥିବାରୁ ବିବାଦ ସୃଷ୍ଟି ହୋଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାୟର ହୋଇଥିଲା, ଯାହା ଏବେ ସମାଧାନ ହୋଇଛି। ଏହି ନିର୍ଦ୍ଦେଶ ସହିତ ସମ୍ବଲପୁରରେ ମହାନଗର ନିଗମ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହେବ।
Comments are closed.