ଲଗାତାର ଦ୍ୱିତୀୟ ଥର ପାଇଁ ନିର୍ଦ୍ୱନ୍ଦ୍ୱରେ ଆଇସିସି ଅଧ୍ୟକ୍ଷ ହେଲେ ଜୟ ଶାହ; ଏହି ପଦ ସମ୍ଭାଳିବାରେ ସେ ପଞ୍ଚମ ଭାରତୀୟ
ଦୁବାଇ: ଜୟ ଶାହ ଲଗାତାର ଦ୍ୱିତୀୟ ଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଇଣ୍ଡୋନେସିଆର ବାଲିଠାରେ ଅନୁଷ୍ଠିତ ଆଇସିସି ବୋର୍ଡ ଓ କମିଟି ବୈଠକରେ ନିର୍ଦ୍ଦେଶକମାନଙ୍କ ପ୍ରସ୍ତାବ କ୍ରମେ ତାଙ୍କୁ ନିର୍ଦ୍ୱନ୍ଦ୍ୱରେ ଏହି ପଦ ପାଇଁ ଚୟନ କରାଯାଇଛି ।ଶଶାଙ୍କ ମନୋହରଙ୍କ (୨୦୧୬-୨୦୨୦) ପରେ ଲଗାତାର ଦୁଇଥର ଆଇସିସି ଅଧ୍ୟକ୍ଷ ହେବାରେ ଜୟ ଶାହ ହେଉଛନ୍ତି ଦ୍ୱିତୀୟ ଭାରତୀୟ । ମୋଟ ଉପରେ ଏହି ଶୀର୍ଷ ପଦବୀ ସମ୍ଭାଳିବାରେ ସେ ପଞ୍ଚମ ଭାରତୀୟ (ପୂର୍ବରୁ ଜଗମୋହନ ଡାଲମିଆ, ଶରଦ ପାୱାର, ଏନ୍. ଶ୍ରୀନିବାସନ ଓ ଶଶାଙ୍କ ମନୋହର ଏହି ପଦରେ ରହିଥିଲେ) ।
ପୁନଃନିର୍ବାଚିତ ହେବା ପରେ ଶାହ କହିଛନ୍ତି ଯେ, ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟର ପ୍ରତ୍ୟାବର୍ତ୍ତନ ବିଶ୍ୱସ୍ତରରେ ନୂଆ ଦର୍ଶକଙ୍କ ନିକଟରେ ପହଞ୍ଚିବା ପାଇଁ ଏକ ବଡ଼ ସୁଯୋଗ । ସମସ୍ତ ସଦସ୍ୟ, ଖେଳାଳି ଓ ପ୍ରଶଂସକଙ୍କ ହିତକୁ ଦୃଷ୍ଟିରେ ରଖି କ୍ରିକେଟର ଭବିଷ୍ୟତକୁ ଆହୁରି ମଜବୁତ କରିବାକୁ ସେ ପ୍ରତିଶ୍ରୁତିବଦ୍ଧ । ୨୦୨୪ ଡିସେମ୍ବରରେ ୩୬ ବର୍ଷ ବୟସରେ ସେ ଗ୍ରେଗ୍ ବାର୍କଲେଙ୍କ ସ୍ଥାନରେ ସର୍ବକନିଷ୍ଠ ଓଉଉ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୦୯ରେ ଅହମ୍ମଦାବାଦ କ୍ରିକେଟ ବୋର୍ଡରୁ ନିଜର ପ୍ରଶାସନିକ ଯାତ୍ରା ଆରମ୍ଭ କରିଥିବା ଶାହ ପୂର୍ବରୁ ଈଉଉଓ ସମ୍ପାଦକ (୨୦୧୯-୨୦୨୪) ଏବଂ ଏସୀୟ କ୍ରିକେଟ ପରିଷଦ (ଇଉଉ)ର ସଭାପତି ଭାବେ ମଧ୍ୟ କାର୍ୟ୍ୟ କରିଛନ୍ତି।
