Latest Odisha News

BREAKING NEWS

ନୂଆ ରୂପରେ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ,ଦେଖନ୍ତୁ ଭିଡିଓ…

ଭୁବନେଶ୍ୱର : ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସକୁ ଆଜିଠାରୁ ଉନ୍ନତମାନର ଉତ୍କୃଷ୍ଟ ଶ୍ରେଣୀ ବଗିକୁ ଉନ୍ନୀତ କରାଯାଇ ଚଳାଚଳ ଆରମ୍ଭ କରାଯାଇଅଛି ଓ ଏହି ଟ୍ରେନ ଟି ଦୁଇଟି ଏସି ଚେୟାର କର, ସାତଗୋଟି ଦ୍ଵିତୀୟ ଶ୍ରେଣୀ ସଂରକ୍ଷିତ ସିଟିଙ୍ଗ ବଗି, ପାଞ୍ଚଗୋଟି ଦ୍ଵିତୀୟ ଶ୍ରେଣୀ ଅଣସଂରକ୍ଷିତ ସିଟିଙ୍ଗ ବଗି ଓ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ସହିତ ସମୁଦାୟ ୧୬ଟି ବଗିଦ୍ୱାରା ଚଳାଚଳ କରୁଅଛି ।

 

ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସର ଉତ୍କୃଷ୍ଟ କୋଚ୍ ମଧ୍ୟରେ ନିମ୍ନ ସୁବିଧା ଉପଲବ୍ଧ ଅଛି –

୦୧. ଏହି ଟ୍ରେନର ରଙ୍ଗକୁ ହଳଦିଆ ଓ ଗାଢ଼ ବ୍ରାଉନ ରଙ୍ଗରେ ରଙ୍ଗିତ କରାଯାଇଅଛି ।

୦୨. ଟଏଲେଟରେ ଉନ୍ନତମାନର ସୁବିଧା ଉପଲବ୍ଧ କରାଯାଇଅଛି-

  •  ଉନ୍ନତ ମାନର ଜେଡ ମ୍ୟାଟ ସହିତ ପିଭିସି ଓ ଏପୋକ୍ସି ଫ୍ଲୋରିଙ୍ଗ ପ୍ରଦାନ କରାଯାଇଅଛି
  •  କ୍ରୋମପ୍ଲେଟ ଥିବା ପିତଳ ଟ୍ୟାପ ବ୍ୟବସ୍ଥା
  •  ଦ୍ୱୈତ କାର‌୍ୟ୍ୟ କରୁଥିବା ଫ୍ଲସିଂ ଭଲଭ ବ୍ୟବସ୍ଥା
  •  ସ୍ଟେନଲେସ ଷ୍ଟିଲ ମଇଳା ଦାନୀ ବ୍ୟବସ୍ଥା
  •  ଏସି କୋଚ୍ ରେ ହେଲଥଫଉସେଟ (ହାତ ସ୍ପ୍ରେ )
  •  ଏସି କୋଚ୍ ରେ ଟଏଲେଟ ପେପର
  •  ଖରାପ ବାସ୍ନାକୁ ପ୍ରତିହତ କରିବାପାଇଁ ଭେଞ୍ଚୁରୀ ଭଳି ପବନ ନିଷ୍କାସନ ବ୍ୟବସ୍ଥା ଓ
  •  ଖରାପ ଦୁର୍ଗନ୍ଧକୁ ଏଡ଼ାଇବାପାଇଁ ସ୍ୱୟଂଚାଳିତ ସୁଗନ୍ଧ ବ୍ୟବସ୍ଥା

୦୩. ପ୍ରତିଟି କୋଚ୍ ରେ ଶକ୍ତି ସଂରକ୍ଷଣ ପାଇଁ ଏଲଇଡି ଆଲୋକ ଓ ନୂତନ ଫ୍ୟାନ ବ୍ୟବସ୍ଥା ।

୦୪. କୋଚ୍ ଗୁଡିକୁ ସୌନ୍ଦର‌୍ୟ୍ୟକରଣ ଉପଲବ୍ଧି ପାଇଁ ଏସି କୋଚ୍ ମାନଙ୍କରେ ତୈଳ ଚିତ୍ର ଓ ଫଟୋ ଲଗାଯାଇଛି ।

୦୫. ରେଳ ହେରିଟେଜ, ସ୍ଵଛ ଭାରତ, ପରିବେଶ ରକ୍ଷାକରିବା, ଏକ ଭାରତ ଶ୍ରେଷ୍ଠ ଭାରତ, ବାୟୋ ଟଏଲେଟ ସୂଚନା ସହିତ ଅନ୍ୟ ସୂଚନା ଗୁଡିକର ଷ୍ଟିକର ଗୁଡିକୁ ଏହି ଟ୍ରେନର କୋଚ୍ ଗୁଡିକର ଅଲୁମୁନିୟମ କମ୍ପୋଜିଟ ବୋର୍ଡରେ ଲଗାଯାଇ ସୌନ୍ଦର‌୍ୟ୍ୟ ବୃଦ୍ଧି କରାଯାଇଅଛି ।

ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସର ଉତ୍କୃଷ୍ଟ କୋଚ୍ ଦ୍ୱାରା ଚଳାଚଳ କରାଇବା ପୂର୍ବରୁ ପୂର୍ବତଟ ରେଳପଥ ମଧ୍ୟରୁ ରାୟଗଡା ଓ ଟିଟିଲାଗଡ଼ ମାର୍ଗଦେଇ ଚଳାଚଳ କରୁଥିବା ବିଶାଖାପାଟଣା-ହଜରତ ନିଜ଼ାମୁଦ୍ଦିନ-ବିଶାଖାପାଟଣା ସମତା ଏକ୍ସପ୍ରେସ ଏବଂ ସମ୍ବଲପୁର ଓ ଟିଟିଲାଗଡ଼ ମାର୍ଗଦେଇ ଚଳାଚଳ କରୁଥିବା ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ କୁ ପରୀକ୍ଷାମୂଳକ ଭାବେ ଉତ୍କୃଷ୍ଟ କୋଚ୍ ଦ୍ୱାରା ଚଳାଚଳ କରାଯାଇଥିଲା।

ପୂର୍ବତଟ ରେଳପଥରେ ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ ତୃତୀୟ ଟ୍ରେନ ଯାହାକି ଉତ୍କୃଷ୍ଟ କୋଚ୍ ଦ୍ୱାରା ଚଳାଚଳ କରାଯାଉଅଛି ।

Leave A Reply

Your email address will not be published.