ସମ୍ବଲପୁର: ଆଜି ସୁପ୍ରିମକୋର୍ଟଙ୍କ ସଂରକ୍ଷଣ ଭିତ୍ତିକ ରାୟ, ସିଏଏ ଓ ଏନଆରସିକୁ ବିରୋଧ କରି ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଭାରତ ବନ୍ଦ ଡାକରା ଦେଇଛନ୍ତି । ସମ୍ବଲପୁର, ଝାରସୁଗୁଡା ଓ ବଲାଙ୍ଗୀର ଜିଲ୍ଲାରେ ଭାରତ ବନ୍ଦର ପ୍ରଭାବ ପଡିଛି ।
ଦଳିତ ନେତା ସୁପ୍ରିମକୋର୍ଟଙ୍କ ସଂରକ୍ଷଣ ଭିତ୍ତିକ ରାୟକୁ ବିରୋଧୀ କରି ଦେଶବ୍ୟାପୀ ବନ୍ଦ ଡାକରା ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ଥିଲା ରାଜ୍ୟଗୁଡିକ ସରକାରୀ ଚାକିରୀ ଓ ପଦୋନ୍ନତିରେ ସଂରକ୍ଷଣ ଦେବାକୁ ବାଧ୍ୟ ନୁହଁନ୍ତି ।
ଭୀମ ଆର୍ମିର ଓଡିଶା ପ୍ରଭାରୀ ହେମନ୍ତ ଆଜାଦ କହିଛନ୍ତି, “ଯଦି ଏହା ମୌଳିକ ଅଧିକାର ନୁହେଁ, ତେବେ ଏହାକୁ ଭାରତ ସରକାର ମୌଳିକ ଅଧିକାର ତାଲିକାଭୁକ୍ତ କରିବା ଉଚିତ୍ ।”
ବନ୍ଦ ଯୋଗୁଁ ସମ୍ବଲପୁରରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । କ୍ଷେତରାଜପୁର ରେଲୱେ ଷ୍ଟେସନରେ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସକୁ ବି ରୋକାଦିଆଯାଇଥିଲା । ଏହି ୩ଟି ଜିଲ୍ଲାରେ ଦୋକାନ ବଜାର ମଧ୍ୟ ହୋଇଛି ।
ସମ୍ବିଧାନର ଅନୁଚ୍ଛେଦ ୧୬(୪) ଓ ୧୬(୪)ଏ ଅଧିନରେ ଚାକିରୀ ଓ ପଦୋନ୍ନତିରେ ସଂରକ୍ଷଣର କୌଣସି ମୌଳିକ ଅଧିକାର ନାହିଁ । ଏହା ରାଜ୍ୟ ଓ କେନ୍ଦ୍ର ସରାକରଙ୍କ ବିବେକ ଉପରେ ନିର୍ଭର କରୁଛି କି ସେମାନେ ସଂରକ୍ଷଣକୁ ଅନୁମତି ଦେବେ ନା ନାହିଁ ବୋଲି ଫେବୃଆରୀ ୯ ତାରିଖରେ ସୁପ୍ରିମକୋର୍ଟ ର ଜଷ୍ଟିସ ଏଲ ନାଗେଶ୍ୱର ରାଓ ଓ ହେମନ୍ତ ଗୁପ୍ତାଙ୍କ ଗଠିତ ଖଣ୍ଡପୀଠ ଫଇସଲା ଦେଇଥିଲେ ।
Comments are closed.