Latest Odisha News

BREAKING NEWS

କମୁଛି ସଂକ୍ରମଣ; ବନ୍ଦ ହେବ ସମ୍ବଲପୁର ସଦର କୋଭିଡ ହସ୍ପିଟାଲ

ସମ୍ବଲପୁର: ରାଜ୍ୟରେ ତଳ ମୁଁହା କୋଭିଡ ଗ୍ରାଫ। ଗତ କିଛିଦିନ ହେବ କରୋନା ସଂକ୍ରମଣ ହାର କମିବାରେ ଲାଗିଛି। ସମ୍ବଲପୁରରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା କମିବାରର ଲାଗିଛି।

ଏହାକୁ ଦୃଷ୍ଟରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବଲପୁର ସଦର କୋଭିଡ ହସ୍ପିଟାଲକୁ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୨୦ ତାରିଖରୁ ସମ୍ବଲପୁରର ଏହି କୋଭିଡ ହସ୍ପିଟାଲକୁ ବନ୍ଦ କରିବାକୁ ନିଷ୍ପତି ନେଇଛି ପ୍ରଶାସନ ।

ପୂର୍ବରୁ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସମ୍ବଲପୁର ସଦର ଡାକ୍ତରଖାନାକୁ ଏପ୍ରିଲ ମାସରେ କୋଭିଡ ହସ୍ପିଟାଲ ଭାବରେ ଘୋଷଣା କରିଥିଲେ। ମାତ୍ର ମେଡ଼ିକାଲରେ କରୋନା ରୋଗୀ ନଥିବା ବେଳେ ଏହି କୋଭିଡ଼ ହସ୍ପିଟାଲ୍ କୁ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି ।

ତେବେ କୋଭିଡ ସଲଗ୍ନ ସ୍ୱତନ୍ତ୍ର ସେବା ବନ୍ଦ କରାଯାଉଥିବା ବେଳେ ମେଡ଼ିକାଲ ଗୁଡିକ ପୂର୍ବ ଭଳି କାର୍ଯ୍ୟ କରିବ ବୋଲି ସୂଚନା ରହିଛି।

ଏନେଇ ପ୍ରସ୍ତୁତି ଚାଲିଛି । ମେଡ଼ିକାଲ ଗୁଡିକୁ ସାନିଟାଇସ୍ କରାଯିବା ସହିତ ଅନ୍ୟ ସମସ୍ତ ବ୍ୟବସ୍ଥା କରାଯାଉଥିବା ସୂଚନା ରହିଛି।

Leave A Reply

Your email address will not be published.