Latest Odisha News

ଦ୍ରୁତ ଗତିରେ ଚାଲିଛି ସମ୍ବଲପୁର-ତାଳଚେର ଦୋହରୀକରଣ କାର୍ଯ୍ୟ

ଅନୁଗୁଳ: କେରେଜଙ୍ଗ ଓ ଅନୁଗୁଳ ମଧ୍ୟରେ ୧୩.୫ କି.ମି. ଟ୍ରାକ୍‌ର ଦୋହରୀକରଣ କାର୍ଯ୍ୟ ଜାରି ରହିଛି। ଯାହାକି ସମ୍ବଲପୁର-ତାଳଚେର ଲିଙ୍କ୍ ଦୋହରୀକରଣ କାର୍ଯ୍ୟର ଅଂଶବିଶେଷ।

ଜାନୁୟାରୀ ୨୦୨୧ ର ପ୍ରଥମ ସପ୍ତାହ ସୁଦ୍ଧା ଏହା କାର‌୍ୟ୍ୟକ୍ଷମ ହୋଇପାରେ । ଦୋହରୀକରଣ କାର୍ଯ୍ୟର ଅଂଶ ସ୍ୱରୂପ ଲେଭେଲ କ୍ରସିଙ୍ଗ୍ ଫାଟକ ସଂଖ୍ୟା ଏସ୍‌ଟି ୧୦୦କୁ ରାତ୍ରୀ ସମୟରେ ସାଢ଼େ ଚାରି ଘଣ୍ଟା ପାଇଁ ବନ୍ଦ ରଖାଯାଇଥିଲା ।

ଏହି ବ୍ୟସ୍ତବହୁଳ ଲେଭେଲ୍ କ୍ରସିଙ୍ଗ୍ ବାଟ ଦେଇ ଚାରି ଲକ୍ଷରୁ ଅଧିକ ଗାଡ଼ି ଯାତାୟାତ କରିଥାଏ । ଜିଲ୍ଲା ପ୍ରଶାସନଙ୍କ ସହାୟତା ତଥା ଅନୁମତି ଦ୍ୱାରା ତା ଡ଼ିସେମ୍ବର ୧୫ ରିଖ ୨୩ ଘଟିକାରୁ ତା ଡ଼ିସେମ୍ବର ୧୬, ୨୦୨୦ ରିଖ ୦୩୨୦ ଘଟିକା ପର୍ଯ୍ୟନ୍ତ ରାତ୍ରୀକାଳିନ ବନ୍ଦ କରାଯାଇଥିଲା, ଯାହାଦ୍ୱାରା ଯାନବାହନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇନଥିଲା ।

ଓଡ଼ିଶା ପୋଲିସ୍‌ର ଗୋଟିଏ ପ୍ଲାଟୁନ୍ ଏହି କାର୍ଯ୍ୟ ପାଇଁ ନିୟୋଜିତ ହୋଇଥିଲେ । ଏହି କାର୍ଯ୍ୟକୁ କୌଣସି ପ୍ରକାର ଅଘଟଣ ବିନା ସଫଳ ରୂପେ ସମ୍ପନ୍ନ କରାଯାଇଥିଲା ।

ପଣ୍ୟ ବୋଝେଇ ଦୃଷ୍ଟିରୁ ଏହି ରେଳପଥଟି ଅତି ମହତ୍ୱପୂର୍ଣ୍ଣ ଯେହେତୁ ଏହା ଦ୍ୱାରା ଜିନ୍ଦଲ ଷ୍ଟିଲ୍ ପ୍ଲାଣ୍ଟ ସାଇଡ଼ିଂରେ ହେଉଥିବା ୩ ମେଟ୍ରିକ୍ ଟନ୍ ପଣ୍ୟ କାରବାର ବୃଦ୍ଧି ପାଇ ୬ ମେଟ୍ରିକ୍ ଟନ୍ ହେବ ।

ଏହା ସମ୍ବଲପୁର – ତାଳଚେର ରୋଡ଼ ରେଳପଥର ରେଢ଼ାଖୋଲ ଠାରୁ ଅନୁଗୁଳ ମଧ୍ୟରେ ୮୫.୩ କି.ମି. ଦୋହରୀକରଣ କାର୍ଯ୍ୟର ଏକ ଅଂଶବିଶେଷ । ଏଥିସହିତ ସମ୍ବଲପୁର-ତାଳଚେର ରୋଡ଼ ଦୋହରୀକରଣ କାର୍ଯ୍ୟର ପାଖାପାଖି ୫୧ ପ୍ରତିଶତ କାର୍ଯ୍ୟ ସମାପ୍ତ ହୋଇଯିବ ।

Comments are closed.