Latest Odisha News

ସମ୍ବଲପୁରରେ ଆହୁରି କୋହଳ ହେଲା କଟକଣା, ଆଜିଠୁ୧୦ଟା ଯାଏଁ କର୍ଫ୍ୟୁ କୋହଳ

ସମ୍ବଲପୁର : ଧିରେ ଧିରେ ସୁଧୁରୁଛି ସମ୍ବଲପୁରର ସ୍ଥିତି । ଆହୁରି କୋହଳ ହେଲା କଟକଣା । ଉଠାଦୋକାନୀକୁ ମିଳିଲା ଆଶ୍ୱସ୍ତି । ଆଜିଠୁ ସକାଳ ୫ଟାରୁ ରାତି ୧୦ଟା ଯାଏଁ କର୍ଫ୍ୟୁ କୋହଳ । ଏବେ କେବଳ ରାତିରେ ୭ ଘଣ୍ଟା ଜାରି ରହିବ କଟକଣା । ଏନେଇ ପ୍ରଶାସନ ପକ୍ଷରୁ ପର୍ଯ୍ୟାୟକ୍ରମେ କର୍ଫ୍ୟୁ କଟକଣା କୋହଳ କରାଯାଉଛି ।

କଟକଣା ଯୋଗୁ ଉଠାଦୋକାନୀମାନେ ରାସ୍ତାରେ ବିକ୍ରି କରିପାରୁନଥିଲେ । ଫଳରେ ନିଜର ଗୁଜରାଣ ମେଣ୍ଟାଇବା ପାଇଁ ଅନେକ ସମସ୍ୟା ଭୋଗୁଥିଲେ । ଏବେ ସେମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସମ୍ବଲପୁର ଘଟଣାକୁ ୧୧ ଦିନ ବିତିଯାଇଥିଲେ ମଧ୍ୟ ସ୍ଥିତିରେ ସୁଧାର ଅବ୍ୟାହତ ରହିଛି । ସେହିପରି ଦୀର୍ଘ ୧୦ ଦିନ ପରେ ଜିଲ୍ଲାରେ ଇଣ୍ଟରନେଟ୍ ସେବା ସ୍ୱାଭାବିକ ହୋଇଛି ।ପୂର୍ବରୁ ସକାଳ ୫ଟାରୁ ରାତି ୮ ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ରହିଥିଲା ଆଜିଠୁ ସକାଳ ୫ଟାରୁ ରାତି ୧୦ଟା ଯାଏଁ କର୍ଫ୍ୟୁ କୋହଳ ରହିବ।

ସୂଚନାଯୋଗ୍ୟ, ସମ୍ବଲପୁରରେ ହନୁମାନ ଜୟନ୍ତୀ ଅବସରରେ ସହରରେ ଦେଖା ଦେଇଥିବା ଉତ୍ତେଜନା ସମାନ୍ୟ ଥମିଥିଲେ ହେଁ ପରିସ୍ଥିତି ପୁରା ଶାନ୍ତ ପଡିନଥିଲା । ଗତ ୧୩ ତାରିଖରୁ ଇଣ୍ଟନେଟ୍ ସେବାକୁ ବନ୍ଦ ରଖିଥିଲା ପ୍ରଶାସନ । ପରେ ସ୍ୱାଭାବିକ୍‌ ହୋଇଥିଲା ଇଣ୍ଟରନେଟ୍‌ ସେବା ।

Comments are closed.