Latest Odisha News

BREAKING NEWS

କବିତା : ଈଶ୍ୱର, ଦୟାର ସାଗର

ଶୁଭସ୍ମିତା ମହାନ୍ତି

ଯାହାର ଇଙ୍ଗିତେ ଚାଲିଛି ସଂସାର
ଅଟନ୍ତି ପରମେଶ୍ବର,
କୀଟଠାରୁ ପ୍ରାଣୀ ସବୁ ତାଙ୍କ ସୃଷ୍ଟି
ସିଏ ଦୟାର ସାଗର।

ଯାହାର ଆଜ୍ଞାରେ ଆତଯାତ ହୋନ୍ତି
ସୂର୍ଯ୍ୟ, ଚନ୍ଦ୍ର, ତାରା ଗଣ,
ତାଙ୍କ ଆଶିଷ ରେ ଏ ଘଟ ଭିତରେ
ଚାଲୁଥାଏ ପରା ପ୍ରାଣ।

ସୃଷ୍ଟିକୁ ଈଶ୍ୱର ଗଢ଼ି ତୋଳିଛନ୍ତି
ନାନା ଉପମା ଦେଇଣ,
ତାଙ୍କରି ଆଦେଶ ବିନା ଦୂବଟିଏ
କଅଁଳେ ନାହିଁ ଯେ ଜାଣ।

ତରୁ ବୃକ୍ଷ ଲତା ପଶୁ ପକ୍ଷୀ ସବୁ
ଅଟଇ ଯାହାଙ୍କ ଦାନ,
ତାଙ୍କରି ଆଶିଷେ ଏ ଧରା ପୃଷ୍ଠେ
ହେଉଥାଏ ରାତି ଦିନ।

ନାନା ପରକାର ଫଳ ପୁଷ୍ପ ତୁମେ
ସୃଷ୍ଟି କରିଛ ହେ ପ୍ରଭୁ,
ସଂସାର ବାସୀଙ୍କ ମଙ୍ଗଳ ନିମନ୍ତେ
ଖଞ୍ଜି ଦେଇ ଅଛ ସବୁ।

ଦୟା ଓ କ୍ଷମାର ସାଗର ଅଟ ହେ
ନାହିଁ ତୁମ ଆଦି ଅନ୍ତ,
ତୁମ ଆଶିଷରେ ଏହି ଧରା ଧାମ
ହୋଇଅଛି ଯେ ଜୀବନ୍ତ।

ନବରଙ୍ଗପୁର

Leave A Reply

Your email address will not be published.