Latest Odisha News

BREAKING NEWS

ସମ୍ବଲପୁରବାସୀଙ୍କୁ ମିଳିଲା ଆଶ୍ୱସ୍ତି, ହଟିଲା କର୍ଫ୍ୟୁ

ସମ୍ବଲପୁର : କଟକଣାରୁ ମୁକ୍ତ ହେଲେ ସମ୍ବଲପୁରବାସୀ । ୧୪ ଦିନ ପରେ ଉଠିଲା କର୍ଫ୍ୟୁ । ଆଉ ୨ଟି ଥାନା ଅଞ୍ଚଳରୁ ହଟିଲା କର୍ଫ୍ୟୁ । ପୂର୍ବରୁ ୪ଟି ଥାନା ଅଞ୍ଚଳରୁ କର୍ଫ୍ୟୁ ହଟିଥିବା ବେଳେ ଆଜି ଧନୁପାଲି ଓ ଟାଉନ୍‌ ଥାନା ଅଞ୍ଚଳରୁ କର୍ଫ୍ୟୁ ହଟାଇଛନ୍ତି ଉପଜିଲ୍ଲାପାଳ ।

ହନୁମାନ ଜୟନ୍ତୀ ବାଇକ୍‌ ଶୋଭାଯାତ୍ରା ଉପରକୁ ପଥରମାଡ଼ ଓ ଆକ୍ରମଣ ପରେ ସମ୍ବଲପୁରରେ ଉତ୍ତେଜନା ଦେଖାଦେଇଥିଲା  । ସ୍ଥିତି ନିୟନ୍ତ୍ରଣ ପାଇଁ ଗତ ୧୪ ତାରିଖ ମଧ୍ୟରାତ୍ରିରୁ ସହରରେ ପ୍ରଶାସନ କର୍ଫ୍ୟୁ ଲଗାଯାଇଥିଲା । ୬ଟି ଥାନା ଅଞ୍ଚଳରେ ଲାଗିଥିଲା କଟକଣା । ଶାନ୍ତି ଫେରିବା ପରେ ବିଭିନ୍ନ ପର୍ଯ୍ୟାୟରେ କୋହଳ ହୋଇଥିଲା କର୍ଫ୍ୟୁ । କେବଳ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିଥିଲା । କର୍ଫ୍ୟୁ ଉଠିଥିଲେ ବି ସୋସିଆଲ୍‌ ମିଡିଆ ଉପରେ ପୋଲିସ ସ୍ୱତନ୍ତ୍ର ନଜର ରହିଛି । ଯେଉଁମାନେ ଘୃଣାଭାବ, ଗୁଜବ ଆଦି ସୃଷ୍ଟି କରିବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ପୂର୍ବଭଳି ସମସ୍ତ ସଭାସମିତି, ଶୋଭାଯାତ୍ରା ଉପରେ କଟକଣା ବଳବତ୍ତର ରହିଛି  । ଜିଲ୍ଲାପ୍ରଶାସନର ଲିଖିତ ଅନୁମତି ବିନା କୌଣସି ଶୋଭାଯାତ୍ରା, ସଭାସମିତି ହୋଇପାରିବ ନାହିଁ  ।

 

Leave A Reply

Your email address will not be published.