Latest Odisha News

BREAKING NEWS

ଶିଶୁ କବିତା : ସ୍କୁଲ ହେଲା ଛୁଟି

ତରୁଣ କୁମାର ମିଶ୍ର 

ସ୍କୁଲ ହେଲା ଛୁଟି ,
ଆସରେ ପିଲେ ଖେଳିବା ଆମେ ,
ଘର ପାଖରେ ବସି ।
ଖରାକୁ ଜମା ଯିବା ତ ନାହିଁ ,
ବହୁଛି ଝାଞ୍ଜି ତାତି’
ଗୋଡ଼ରେ ଜୋତା ମୁଣ୍ଡରେ ଛତା ,
ପାଣି ବୋତଲ ସାଥୀ ।
ସ୍କୁଲ ହେଲା ଛୁଟି ।

ପଶୁ ପକ୍ଷୀଏ ପାଣି ନପାନ୍ତି
ଶୋଷରେ ସୁଖେ ତଣ୍ଟି ,
ଘର ପାଖରେ ରଖିବା ପାଣି
ଖୋଲା ଯାଗା ଟେ ଦେଖି ,
ଚଢ଼େଇ ଆସି ପିଇବେ ସତେ
ପିଇବେ ଗୋରୁ ଆସି ।
ଶୋଷ ମାରିବେ ଖୁସି ହୋଇବେ
ହୋଇବେ ଆମ ସାଥୀ ।
ସ୍କୁଲ ହେଲା ଛୁଟି ।

ରାସ୍ତା କଡ଼ରେ ଛାଇ ମୂଳରେ
ରଖିବା ପାଣି ଢାଙ୍କି ,
ବାଟୋଇ ଭାଇ ଆସିଲେ ପଥେ
ଦେବାରେ ପାଣି ଯାଚି ।
ଏ ବଇଶାଖ ଧରମ ମାସ
ଜଳ କରିବା ଦାନ ,
ଅନ୍ଯକୁ ଆମେ ସାହାଯ୍ଯ କଲେ
ଖୁସି ହେବେ ଭଗବାନ ।
ମାନବ ସେବା ମାଧବ ସେବା
ରହିଛି ଜନଶ୍ରୁତି।
ସ୍କୁଲ ହେଲା ଛୁଟି।

ଖଣ୍ଡଗିରି ,ଭୁବନେଶ୍ବର

Leave A Reply

Your email address will not be published.