Latest Odisha News

BREAKING NEWS

ପରୀ ପାଇଁ ନ୍ୟାୟ ଦାବି: ଜାତୀୟ ଶିଶୁ ସୁରକ୍ଷା କମିଶନଙ୍କୁ ଭେଟିଲେ ସମ୍ବିତ ପାତ୍ର

ନୂଆଦିଲ୍ଲୀ: ନୟାଗଡର ନାବାଳିକା ‘ପରୀ’କୁ ନ୍ୟାୟ ମାମଲା ଏବେ ଦିଲ୍ଲୀରେ ପହଞ୍ଚିଛି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସମ୍ବିତ ପାତ୍ର ଆଜି ଜାତୀୟ ଶିଶୁ ସୁରକ୍ଷା କମିଶନଙ୍କୁ ଭେଟି ଏସମ୍ପର୍କିତ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଦାବିପତ୍ରରେ ଦୁଇଟି ପ୍ରସଙ୍ଗ ଉଠାଇଛନ୍ତି । ଡକ୍ଟର ପାତ୍ର ଦାବି କରିଛନ୍ତି, ଜାତୀୟ ଶିଶୁ ସୁରକ୍ଷା କମିଶନର ଏକ ସ୍ୱତନ୍ତ୍ର  ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁ । । ‘ପରୀ’ ଶରୀରର ବିଭିନ୍ନ ଅଙ୍ଗ ଚୋରି ହୋଇଛି ନା ନାହିଁ ତଦନ୍ତ କରାଯାଉ ।

ସେହିପରି ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କର କ’ଣ ସମ୍ପୃକ୍ତି ରହିତ ସେନେଇ ତଦନ୍ତ କରାଯିବା ପାଇଁ ଦାବି କରାଯାଇଛି । ନୟାଗଡ ଜିଲ୍ଳାପାଳ ଓ ଏସପି ଦିଲ୍ଲୀରେ କମିଶନଙ୍କ ନିକଟରେ ହାଜର ହୋଇ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ଦାବି କରାଯାଇଛି ।

ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ପରୀକୁ ନ୍ୟାୟ ଦେବାକୁ ଜାତୀୟ ଶିଶୁ ସୁରକ୍ଷା ଆୟୋଗଙ୍କୁ ନିବେଦନ କରିଛନ୍ତି ସମ୍ବିତ ପାତ୍ର ।

Leave A Reply

Your email address will not be published.