ଖଡଗପୁର: ରବିବାର ଭୋର ସମୟରେ ପଶ୍ଚିମବଙ୍ଗର ବାଙ୍କୁଡ଼ାର ଓନ୍ଦା ରେଳ ଷ୍ଟେସନରେ ଦୁଇଟି ମାଲବାହୀ ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଖଡ଼ଗପୁର-ବାଙ୍କୁଡ଼ା- ରେଳପଥରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଲୁପ ଲାଇନରେ ଛିଡା ହୋଇଥିବା ମାଲବାହୀ ଟ୍ରେନକୁ ଆଉ ଏକ ମାଲଗାଡି ସେହି ଲୁପ ଲାଇନରେ ଆସିବାରୁ ଦୁର୍ଘଟଣା ଘଟିଛି। ଏଥିରେ କେହି ମୃତାହତ ହୋଇନଥିବା ବେଳେ ଗୋଟିଏ ମାଲବାହୀ ଟ୍ରେନର ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।
ଓନ୍ଦାଗାଁ ଷ୍ଟେସନରେ ଟ୍ରେନ ମରାମତି ଚାଲୁଥିଲା। ଏହି ସମୟରେ ମାଲବାହୀ ଟ୍ରେନ୍ ରେଡ୍ ସିଗନାଲ ଅତିକ୍ରମ କରି ମରାମତି ହେଉଥିବା ଟ୍ରେନ୍ ଅଟକି ନଥିଲା ଏବଂ ଲାଇନଚ୍ୟୁତ ହୋଇଥିଲା। ପ୍ରାୟ 4ଟା 5 ମିନିଟରେ 8ଟି ବଗି ଲାଇନଚ୍ୟୁତ ହୋଇଥିଲା। କିଛି ସମୟ ଧରି ଟ୍ରେନ ଚଳାଚଳ ପ୍ରଭାବିତ ହୋଇଥିଲା। ପ୍ରଥମ ଟ୍ରେନଟି ସକାଳ 8ଟା 35ରେ ଅତିକ୍ରମ କରିଥିଲା।
ସେପଟେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହେବାରୁ 14ଟି ଟ୍ରେନ୍କୁ ବାତିଲ କରାଯାଇଥିବା ବେଳେ 3ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଥିବା ବେଳେ 2ଟି ଟ୍ରେନ୍କୁ କିଛି ସମୟ ପାଇଁ ବାତିଲ କରାଯାଇଛି।
ନିକଟରେ ବାହାନଗା ରେଳ ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା। ସିଗନାଲ ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତ ପରେ ରେଳମନ୍ତ୍ରୀ କହିଥିଲେ। ଲୁପ ଲାଇନରେ ମାଲବାହୀ ଟ୍ରେନ ଛିଡା ହୋଇଥିବା ବେଳେ ପଛପଟୁ ଆସୁଥିବା କରମଣ୍ଡଳ ଟ୍ରେନ ସମାନ ଲାଇନରେ ଯିବାକୁ ଅନୁମତି ପାଇବାରୁ ବଡ ଦୁର୍ଘଟଣା ଘଟିଥିଲା। ଏବେ ବାଙ୍କୁଡାରେ ସମାନ ଧରଣର ତ୍ରୁଟି ଦେଖାଦେଇଥିବା ଜଣାପଡ଼ିଛି। ଯାହାକି ଚିନ୍ତାଜନକ ।
Comments are closed.