Latest Odisha News

BREAKING NEWS

ବିବାହ ବନ୍ଧନରେ ଆବଦ୍ଧ ହେଲେ ସମଲିଙ୍ଗୀ କ୍ରିକେଟର ଡେଲିସା-ଲୌରା

ମେଲବୋର୍ଣ୍ଣ: ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଷ୍ଟ୍ରେଲିଆର ଚର୍ଚ୍ଚିତ ସମଲିଙ୍ଗୀ ଯୋଡି । ମହିଳା କ୍ରିକେଟର ଡେଲିସା କିମିନ୍ସ ଓ ଲୌରା ହ୍ୟାରିସଙ୍କ ପ୍ରେମ ସବୁଠାରେ ଚର୍ଚ୍ଚାର କାରଣ ସାଜିଥିଲା । କରୋନା ଯୋଗୁ ବେଶ୍ କିଛି ଦିନ ଅପେକ୍ଷା କରିବା ପରେ ଏବେ ସେମାନେ ବିବାହ କରିଛନ୍ତି । ଉଭୟ ସୋସିଆଲ ସାଇଟରେ ସେମାନଙ୍କ ଫଟୋ ଛାଡିଛନ୍ତି ।

କିମିନ୍ସ ଅଷ୍ଟ୍ରେଲିଆ ପକ୍ଷରୁ ୧୬ ଦିନିକିଆ ଓ ୪୧ଟି ଟି୨୦ ମ୍ୟାଚରେ ପ୍ରତିନିଧିତ୍ୱ କରିଛନ୍ତି । ସେହିପରି ଲୌରା ଅନ୍ତର୍ଜାତୀୟ ମ୍ୟାଚ ଖେଳି ନ ଥିଲେ ମଧ୍ୟ ଜାତୀୟସ୍ତରର ଓ ଘରୋଇ ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି । ସେମାନେ କ୍ରିକେଟର ତୃତୀୟ ସମଲିଙ୍ଗି ଯୋଡି ଭାବେ ବିବାହ କରିଛନ୍ତି । ପୂର୍ବରୁ ଅଷ୍ଟ୍ରେଲିଆର ମେଗନ୍ନା ସ୍ପଟ୦ଜେ୍ ହୋଲିଓକ ଏବଂ ଜେସ୍ ଜନସେନ-ସାରା ୱେର୍ଣ୍ଣ ପରସ୍ପରକୁ ବିବାହ କରିଥିଲେ ।

Leave A Reply

Your email address will not be published.