Latest Odisha News

BREAKING NEWS

ସ୍ୱାମୀଙ୍କୁ ନ୍ୟାୟ ଦାବିରେ ଉଦ୍ଧବ ଠାକ୍‌ରେଙ୍କୁ ଚିଠି ଲେଖିଲେ ସମୀର ୱାଙ୍ଖେଡେଙ୍କ ପତ୍ନୀ

ମହାରାଷ୍ଟ୍ର : ସ୍ୱାମୀଙ୍କୁ ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି। ମହାରାଷ୍ଟ୍ର କ୍ରୁଜ୍ ଡ୍ରଗ୍ସ ମାମଲାକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି।ଏନସିବି ଅଧିକାରୀ ସମୀର ୱାଙ୍ଖେଡେ ଏହି ମମାଲାରେ ଅନେକ ଅଭିଯୋଗର ଶିକାର ହୋଇଛନ୍ତି।ଏନେଇ ସ୍ୱାମୀଙ୍କୁ ନ୍ୟାୟ ଦେବା ପାଇଁ ନାକ୍ରୋଟିକ୍ସ ବ୍ୟୁରୋ ଅଧିକାରୀ ସମୀର ୱାଙ୍ଖେଡେଙ୍କ ପତ୍ନୀ କ୍ରାନ୍ତି ୱଙ୍ଖେଡେ ମହାର।ଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଚିଠି ଲେଖିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଖୁବ୍ ଶିଘ୍ର ଅନୁମତି ଦେବା ପାଇଁ ସେ ଅନୁରୋଧ କରିଛନ୍ତି।

ଏହି ଚିଠିରେ କ୍ରାନ୍ତି ଲେଖିଛନ୍ତି ଯେ, ସମଗ୍ର ପରିବାର ଧମକ ଓ ଅପମାନ ଶିକାର ହେଉଛନ୍ତି ।ସ୍ୱାମୀଙ୍କ ସମ୍ମାନହାନୀ ହେଉଛି । ବର୍ତମାନର ମୁମ୍ବାଇ ଡ୍ରଗ୍ସ ମାମଲାକୁ ନେଇ ସମୀର ୱଙ୍ଖେଡେ ଓ ତାଙ୍କ ପରିବାର ବିରୁଦ୍ଧରେ ଅନେକ ଅଭିଯୋଗ ଆସିଛି ।ସେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି ଯେ ଜଣେ ମରାଠୀ ଭାବେ ଆପଣଙ୍କ ଠାରୁ ନ୍ୟାୟ ବିଚାର ଆଶା କରୁଛି । ନ୍ୟାୟ ବିଚାର ପାଇଁ ଆପଣଙ୍କୁ ଅନୁରୋଧ କରୁଛି। ତେଣୁ ଆପଣଙ୍କୁ ଭେଟିବା ପାଇଁ ମୋତେ ଅନୁମତି ଦିଅନ୍ତୁ ବୋଲି ପତ୍ର ଲେଖିଛନ୍ତି କ୍ରାନ୍ତି ୱଙ୍ଖେଡେ।

Comments are closed.