Latest Odisha News

ନବୋଦୟ ବିଦ୍ୟାଳୟରୁ ୩୩ ଛାତ୍ରଛାତ୍ରୀ କରୋନା ପଜିଟିଭ୍‌

ବେଙ୍ଗାଲୁରୁ: କର୍ଣ୍ଣାଟକର କୋଡାଗୁ ଜିଲ୍ଲାର ମାଡିକେରୀରେ ଜବାହର ନବୋଦୟ ବିଦ୍ୟାଳୟର ୩୩ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଛାତ୍ରଛାତ୍ରୀମାନେ କୋଭିଡ୍‌ ପଜିଟିଭ୍ ବାହାରିବା ପରେ ବିଦ୍ୟାଳୟକୁ ଏକ କଣ୍ଟେଣ୍ଟମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

ବିଦ୍ୟାଳୟ ପରିଚାଳକ ସମସ୍ତ ୨୭୦ ଛାତ୍ରଛାତ୍ରୀଙ୍କୁ କରୋନା ଟେଷ୍ଟ୍‌ କରାଇଥିଲେ। ବୁଧବାର ସେମାନଙ୍କ ମଧ୍ୟରୁ ପ୍ରାୟ ୩୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ କୋଭିଡ-୧୯ ପାଇଁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପରେ ଏହି ମାମଲା ନିଶ୍ଚିତ ହୋଇଛି ବୋଲି ସ୍କୁଲ କର୍ତ୍ତୃପକ୍ଷ ସରକାରୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.