Latest Odisha News

BREAKING NEWS

ଲିକ ହେଲା ଶାହାରୁଖ ଓ ସମୀରଙ୍କ ଚାଟ

ମୁମ୍ବାଇ: ୨ ଅକ୍ଟୋବର ୨୦୨୧ରେ ମୁମ୍ବାଇରୁ ଗୋଆ ଯାଉଥିବା କାର୍ଡିଲିଆ କ୍ରୁଜରେ ରେଭ ପାର୍ଟି ଚାଲିଥିବା ବେଳେ ଚଢ଼ାଉ ହୋଇଥିଲା । ଏଥିରେ ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଗିରଫ ହୋଇଥିଲେ । ୨୭ ଦିନ ଜେଲରେ ରହିବା ପରେ ଶେଷରେ ଆର୍ଯ୍ୟନ ପର୍ଯ୍ୟାପ୍ତ ପ୍ରମାଣ ନ ମିଳିବା ଯୋଗୁ ଜାମିନ ପାଇଥିଲେ । ଏହା ପରେ ନାଟକୀୟ ଢ଼ଙ୍ଗରେ ଏବେ ଏନସିବିର ଜୋନାଲ ଅଧିକାରୀ ସମୀର ୱାଙ୍ଖେଡ ଲାଂଚ ମାଗୁଥିବା ସିବିଆଇ ଅଦର୍ଶାଇଛି । ବରିଷ୍ଠ ଅଧିକାରୀଙ୍କ ବିନା ପରାମର୍ଶରେ ସମୀର ଏହି କେସର ଯାଂଚ କରୁଥିଲେ ଓ ଆର୍ଯ୍ୟନଙ୍କୁ ଛାଡିବା ପାଇଁ ସମୀର ୨୫ କୋଟି ଟଙ୍କା ମାଗିଥିଲେ ବୋଲି ସିବିଆଇ କହିଛି । ଏହା ପରେ ଗୋଟିଏ ପରେ ଗୋଟିଏ ଚାଟ ଲିକ ହେବାରେ ଲାଗିଛି । ଆର୍ଯ୍ୟନ ଖାଁ ଡ୍ରଗ୍ସ କେସରେ ଏନସିବିର ଜୋନାଲ ଚିଫ ଓ ସୁପରଷ୍ଟାର ଶାହାରୁଖଙ୍କ ଚାଟ ଏବେ ଲିକ ହୋଇଛି । ଏହି ଚାଟରେ ଶାହାରୁଖ କିପରି ତାଙ୍କ ପୁଅକୁ ବଂଚାଇବା ପାଇଁ ସମୀରଙ୍କ ପାଖରେ ହାତ ଯୋଡୁଛନ୍ତି ତାହା ପ୍ରମାଣିତ ହୋଇଛି ।

ଚାଟର ସଂକ୍ଷେପ ଅଂଶ
ଶାହାରୁଖ: ସମୀର ସାହେବ ଆପଣଙ୍କ ସହ କିଛି ସମୟ କଥା ହେବାକୁ ଚାହୁଁଛି । ଆଇନ ଦୃଷ୍ଟି କୋଣରୁ ଏହା ଠିକ ନ ଥିଲେ ମଧ୍ୟ ବାପା ହିସାବରେ କଥା ହେବାକୁ ଚାହୁଁଛି ।
ସମୀର: ମୁଁ ଜଣେ ଅଧିକାରୀ ନୁହେଁ ସାଙ୍ଗ ଭାବେ ଆପଣଙ୍କୁ ପରିସ୍ଥିତି ବିଷୟରେ ଭଲ ଭାବେ ବୁଝାଇ ପାରିଥାନ୍ତି କି ?
ଶାହାରୁଖ: ଦୟାକରି ମୋ ପୁଅକୁ ଘରକୁ ପଠାଇ ଦିଅନ୍ତୁ । ଏହା ଜଣେ ବାପା ଭାବେ ଆଉ ଜଣେ ବାପାଙ୍କୁ ଅନୁରୋଧ । ମୋ ବିଶ୍ୱାସ ଭାଙ୍ଗନ୍ତୁ ନାହିଁ । ନ ହେଲେ ମୋର ଆପଣ ଓ ସିଷ୍ଟମ ଉପରୁ ବିଶ୍ୱାସ ଉଠିଯିବ ।

ସମୀର: ମୁଁ ବନ୍ଧୁ ଭାବେ ଆପଣଙ୍କୁ ବୁଝାଇ ପାରୁନି । ଆର୍ଯ୍ୟନଙ୍କୁ ଏକ ଭଲ ପରିବେଶର ଆବଶ୍ୟକତା ରହିଛି । ମାତ୍ର କେତେକ ସ୍ୱାର୍ଥୀ ଲୋକ ଏହି ବାତାବରଣକୁ ନଷ୍ଟ କରୁଛନ୍ତି ।
ଶାହାରୁଖ: ମୁଁ ଆପଣଙ୍କୁ କଥା ଦେଉଛି । ସର୍ବଦା ତୁମ ସହିତ ରହିବି । ମୋ ପୁଅ ଓ ପରିବାର ପ୍ରତି ଦୟା କର । ଆର୍ଯ୍ୟନ ଟିକେ ଜିଦ୍ଦି ସ୍ୱଭାବର ମାତ୍ର ସେ ଜେଲରେ ରହିବା ଠିକ ହେବନି । ଅନ୍ୟମାନଙ୍କ କଥାରେ ପଡି ମୋ ପୁଅର କ୍ଷତି କରନି । ପୁଅକୁ ବଦଳାଇବାରେ ସାହାଯ୍ୟ କରନ୍ତୁ । ମୁଁ ମିଡିଆ ନିକଟରେ କୌଣସି ବୟାନ ଦେଇନି ।
ସମୀର: ପ୍ରିୟ ଶାହାରୁଖ ଏ ସବୁ ଦେଖିବା ଭଲ ଲାଗୁନି । ଆମକୁ ମଧ୍ୟ ଦୁଃଖ ଲାଗୁଛି । ଆପଣ ଆପଣଙ୍କ ଧ୍ୟାନ ରଖନ୍ତୁ ।

Leave A Reply

Your email address will not be published.