Latest Odisha News

BREAKING NEWS

ପକ୍ଷୀ ସୁରକ୍ଷା ନେଇ ଟାଟା ଷ୍ଟିଲ୍ ପକ୍ଷରୁ ସଚେତନତା

ସୁକିନ୍ଦା: ପରିବେଶ ସୁରକ୍ଷା ପ୍ରତି ବଦ୍ଧ ପରିକର ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ବାର୍ଡ ୱାଚିଂ ସିଜିନ୍ ଶୁକ୍ରବାର ସୁକିନ୍ଦା କ୍ରୋମାଇଟ୍ ମାଇନ୍ କ୍ୟାମ୍ପସରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପରିବେଶବିତଙ୍କ ସହ ସ୍ଥାନୀୟ ଲୋକ ସାମିଲ୍ ହୋଇଥିଲେ ।

ସୁକିନ୍ଦା କ୍ରୋମାଇଟ୍ ଖଣି ଅଞ୍ଚଳରେ ଜୈବ ବିବିଧତା ନେଇ ସଚେତନତା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଶୁକ୍ରବାର ସକାଳୁ କ୍ୟାମ୍ପସରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବରିଷ୍ଠ ବୈଜ୍ଞାନିକ ଡକ୍ଟର ଜୁଷ୍ଟୁସ ଜୋଶୁଆ ସମସ୍ତଙ୍କୁ ଗାଇଡ୍ କରିଥିଲେ । ପକ୍ଷୀଙ୍କ ଜୀବନଯାପନ ଉପରେ ଆଲୋକପାତ କରିଥିଲେ ।

ଏହି ଅବସରରେ ଟାଟା ଷ୍ଟିଲ୍ ମାଇନିଂର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଥିଲେ, ଏଭଳି ପଦକ୍ଷେପ ନେଇ ଆମେ ଆନନ୍ଦିତ । ଆମେ ସମସ୍ତଙ୍କ ମଧ୍ୟରେ ପରିବେଶ ପ୍ରତି ଯତ୍ନଶୀଳ ଓ ସଚେତନତା ଲାଗି ଲକ୍ଷ୍ୟ ରଖିଛୁ ।

କମ୍ପାନୀ ପକ୍ଷରୁ ପକ୍ଷୀ ମାନଙ୍କ ଲାଗି କୃତ୍ରିମ ବସା କରାଯାଇଥିବା ବେଳେ ଏହାକୁ ଘର, ଅଫିସ ଓ ସର୍ବସାଧାରଣଙ୍କ ସ୍ଥାନରେ ସ୍ଥାପନ ପାଇଁ ମତପ୍ରକାଶ ପାଇଥିଲା । ଏହା ପୂର୍ବରୁ ଟାଟା ଷ୍ଟିଲ୍ ମାଇନିଂ ଲଭ୍ ସ୍ପାରୋଜ୍ କ୍ୟାମ୍ପେନ୍ ଆରମ୍ଭ କରିଥିଲା ।

Leave A Reply

Your email address will not be published.