Latest Odisha News

BREAKING NEWS

ଟିକେଟ୍ ପାଇଁ ସମୀର ଦାଶଙ୍କ ଶକ୍ତି ପ୍ରଦର୍ଶନ: ନିମାପଡ଼ାରୁ ଶଙ୍ଖ ଭବନକୁ ଦେଲେ ବଡ଼ ବାର୍ତ୍ତା

ପୁରୀ: ନିର୍ବାଚନରେ ବିଧାୟକ ଟିକେଟ ପାଇବାରୁ ବାଦ୍ ପଡ଼ିଥିବା ବିଜେଡି ନେତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରି ବିଜେଡି ପ୍ରାର୍ଥୀ ସମୀର ଦାଶ ପୁରୀ ଜିଲ୍ଲା ନିମାପଡ଼ା ବାରବାଟୀ ପଡ଼ିଆରେ ଏକ ବିଶାଳ ସମାବେଶ କରି ନିଜର ସମର୍ଥନ ପ୍ରଦର୍ଶନ କରିଛନ୍ତି।

ଏପ୍ରିଲ ୧୭ ତାରିଖରେ ପ୍ରକାଶ ପାଇଥିବା ବିଜେଡିର ପଞ୍ଚମ ପ୍ରାର୍ଥୀ ତାଲିକାରେ ସମୀର ଦାଶଙ୍କ ସମେତ ୩ ଜଣ ବିଧାୟକଙ୍କୁ ବାଦ୍ ଦିଆଯାଇଛି। ସମୀର ଦାଶଙ୍କ ସମର୍ଥକମାନେ ଏହି ନିଷ୍ପତ୍ତି ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।’ସମୀର ନାହାନ୍ତି ତ ଶଙ୍ଖ ନାହିଁ’ ଭଳି ସ୍ଲୋଗାନ ଦେଇଛନ୍ତି।

୩୦ ହଜାରରୁ ଅଧିକ ଲୋକଙ୍କୁ ଏକାଠି କରି ସମୀର ଦାଶ ନିମାପଡାରୁ ରାଜଧାନୀ ସ୍ଥିତ ଶଙ୍ଖ ଭବନକୁ ଗୋ଼ଟିଏ ବଡ ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି। ଏବଂ ନିମାପଡ଼ାରେ ଦଳୀୟ ପ୍ରାର୍ଥୀ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

ଅପରପକ୍ଷରେ ବିଜେଡି ବିଧାୟକ ଧ୍ରୁବ ସାହୁ ଏହି ସମାବେଶର ମହତ୍ତ୍ୱକୁ ଅଣଦେଖା କରି ଦଳର ସ୍ଥିତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି। ନବୀନ ପଟ୍ଟନାୟକ ଓ ଦଳର ଶଙ୍ଖ ଚିହ୍ନ ଉପରେ ଭୋଟରମାନେ ଫୋକସ୍ କରିବେ ବୋଲି ଧ୍ରୁବ ସାହୁ କହିଛନ୍ତି। ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ହତ୍ୟା କାଣ୍ଡରେ ସମୀର ଦାଶଙ୍କ ସଂପୃକ୍ତି ଥିବା ଅନୁମାନ କରାଯାଉଛି। ଯେଉଁଥିପାଇଁ ତାଙ୍କର ମନ୍ତ୍ରୀ ପଦ ଯାଇଛି ବୋଲି କୁହାଯାଏ।

Comments are closed.