Latest Odisha News

BREAKING NEWS

ବାଚସ୍ପତିଙ୍କ ପରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ୨ ମନ୍ତ୍ରୀ

ଭୁବନେଶ୍ୱର: ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ୨ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନବୀନଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ

ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପରେ ସମୀର ରଞ୍ଜନ ଦାସ ବିବାଦୀୟ ହୋଇ ପଡ଼ିଥିଲେ । ନିକଟରେ ଜଣେ ମହିଳା ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ବିଭିନ୍ନ ସମୟରେ ସରକାରଙ୍କୁ ଟାର୍ଗେଟ୍ କରୁଥିଲେ ବିରୋଧୀ । ସାଧାରଣ ନିର୍ବାଚନ ବର୍ଷକ ପୂର୍ବରୁ ବିବାଦୀୟ ନେତାଙ୍କୁ ମନ୍ତ୍ରୀ ମଣ୍ଡଳରୁ କାଢ଼ି ନବୀନ ନିଜର ଓ ଦଳର ଭାବମୂର୍ତ୍ତିକୁ ଅକ୍ଷୂର୍ଣ୍ଣ ରଖିବାକୁ ଚାହୁଁଥିବା କୁହା ଯାଉଛି ।

ଇସ୍ତଫା ଦେବା ପରେ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ କହିଛନ୍ତି ନିର୍ବାଚନକୁ ଆଉ ବର୍ଷେ ଅଛି, ସଂଗଠନ କଥା ବୁଝିବାକୁ ପଡ଼ିବ । ବିକ୍ରମ ଆରୁଖ, ସମୀର ଦାଶ ଓ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ପରେ କିଏ ବାଚସ୍ପତି ହେବ ଓ କାହାକୁ ନବୀନ ମନ୍ତ୍ରିମଣ୍ଡଳରେ ସାମିଲ୍ କରିବେ ତାକୁ ନେଇ ବେଶ୍ ଚର୍ଚ୍ଚା, ଆଲୋଚନା ଆରମ୍ଭ ହୋଇଛି ।

Leave A Reply

Your email address will not be published.