Latest Odisha News

ଏକ୍ସ ବୟଫ୍ରେଣ୍ଡ୍‌ଙ୍କ ସହ ଡେଟ୍ କରୁଛନ୍ତି ସୁସ୍ମିତା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ସୁସ୍ମିତା ସେନ ଏବେ ଖୁବ୍ ଚର୍ଚ୍ଚାରେ । ସେ ଅଧିକାଂଶ ସମୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆଲୋଚନାକୁ ଆସିଥାନ୍ତିି । ଏବେ ସୁସ୍ମିତା ତାଙ୍କ ଏକ୍ସ ବୟଫ୍ରେଣ୍ଡଙ୍କ ସହ ଡ଼େଟ କରୁଥିବା ନେଇ ଚର୍ଚ୍ଚା ହେଉଛି । କାରଣ ନିକଟରେ ଏକ ପୁରସ୍କାର ଉତ୍ସବରେ ସୁସ୍ମିତା ତାଙ୍କ ପୂର୍ବତନ ପ୍ରେମିକ ରୋହମାନ ଶାଓଲଙ୍କ ସହ ନଜର ଆସିଥିଲେ । ଏଥିସହିତ ସୁସ୍ମିତା ରୋହମାନଙ୍କ ସହ ଏକ ନୂତନ ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏଭଳି ପରିସ୍ଥିତିରେ ରୋହମାନ ଏବଂ ସୁସ୍ମିତାଙ୍କ ମଧ୍ୟରେ ପୁଣି ସମ୍ପର୍କରେ ଥିବା କୁହାଯାଉଛି ।

BjdElectrycity

ଗୁରୁବାର ସୁସ୍ମିତା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ସୁସ୍ମିତାଙ୍କ ସହ ତାଙ୍କର ଏକ୍ସ ବୟଫ୍ରେଣ୍ଡ ରୋହମାନ ନଜର ଆସିଛନ୍ତି । ଏହି ଫଟୋରେ ସୁସ୍ମିତା ଲେଖିଛନ୍ତି, ନାଇସ ପିକ୍‌ଚର ରେହମାନ । ଏହି ଫଟୋ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ।

ସୁସ୍ମିତା ଏବଂ ରେହମାନ ଉଭୟ ଉଭୟଙ୍କୁ ବହୁତ ଭଲ ପାଉଥିଲେ । ଏମିତି କି ଡ଼େଟ୍ ମଧ୍ୟ କରୁଥିଲେ । ଉଭୟ ବିବାହ କରିବା ନେଇ ବଲିଉଡ଼ ଦୁନିଆରେ ଖୁବ୍ ଚର୍ଚ୍ଚା ହୋଇଥିଲା । ହେଲେ ହଠାତ୍ ବ୍ରେକଅପ ଖବର ସାମ୍ନାକୁ ଆସିଥିଲା । ପରେ ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ଲଲିତ ମୋଦିଙ୍କ ସହ ସୁସ୍ମିତା ସେନଙ୍କ ଡେଟିଂ ଖବର ମଧ୍ୟ ଚର୍ଚ୍ଚାରେ ଥିଲା । କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ପୁନର୍ବାର ସୁସ୍ମିତା ଏବଂ ରୋହମାନଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇବାରେ ଲାଗିଛି ।

Leave A Reply

Your email address will not be published.