Latest Odisha News

BREAKING NEWS

କିଏ ପାରାଦୀପର ରାବଣ? ଶାଣିତ ଆକ୍ରମଣ କରି କହିଲେ ମନ୍ତ୍ରୀ

ପାରାଦୀପ: ଆଜି ଦଶହରାରେ ରାବଣ ପୋଡ଼ି ସହିତ ତୁଳନା କରି ବିରୋଧୀଙ୍କୁ ତେର୍ଚ୍ଛା ଟାର୍ଗେଟ କରିଛନ୍ତି ମନ୍ତ୍ରୀ ସମ୍ପଦ ସ୍ୱାଇଁ। ଆଜି ପାରାଦୀପ ରାବଣ ପୋଡ଼ି ଉତ୍ସବରେ ଯୋଗ ଦେଇ ଏନେଇ ମନ୍ତ୍ରୀ କହିଛନ୍ତି, ପାରାଦୀପରେ ରାବଣ କିଏ, ଏଠାକାର ଲୋକେ ଜାଣିଛନ୍ତି । ମୁନ୍ନା ପତି, ମହେନ୍ଦ୍ର ସ୍ବାଇଁ ହତ୍ୟାରେ ସମ୍ପୃକ୍ତ ମନୁଷ୍ୟକୃତ ରାବଣ ଏଠି ବୁଲୁଛନ୍ତି। ସେମାନଙ୍କୁ ଉଚିତ ଜବାବ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ତାଙ୍କୁ ତାଙ୍କ ସ୍ଥାନ ଦେଖାଇ ଦିଆଯିବ। ଏହା ପାରାଦୀପବାସୀଙ୍କ ପାଖରେ ମୋର ସଂକଳ୍ପ ବୋଲି ଟାର୍ଗେଟ କରି କହିଛନ୍ତି ମନ୍ତ୍ରୀ।

ଏଥିସହିତ ପୂର୍ବତନ ବିଧାୟକ ସମ୍ବିତ ରାଉତଙ୍କ ମଧ୍ୟ ନାଁ ନ ନେଇ ଟାର୍ଗେଟ୍‌ କରିଛନ୍ତି ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, ଦାମ ବାବୁ ସ୍ବାଭିମାନୀ ନେତା ଥିଲେ, ତାଙ୍କ ଆତ୍ମା ଉପରେ କାନ୍ଦୁଥିବ। ତାଙ୍କ ବାପା ହତ୍ୟାକାରୀଙ୍କୁ ପାଖ ପୂରାଇ ଦେଉ ନ ଥିଲେ। କିନ୍ତୁ ତାଙ୍କ ପୁଅ ଏବେ ତାଙ୍କୁ ସାଥିରେ ଧରି ବୁଲୁଛନ୍ତି ବୋଲି କହି କଟାକ୍ଷ କରି କହିଛନ୍ତି ସମ୍ପଦ ସ୍ବାଇଁ।

Leave A Reply

Your email address will not be published.