Latest Odisha News

BREAKING NEWS

ଯାତ୍ରା ସମୟରେ ୨ ଥର ଇଞ୍ଜିନରୁ ଅଲଗା ହେଲା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ

ଗଜିଆବାଦ: ଶୁକ୍ରବାର ସକାଳୁ ଦିଲ୍ଲୀ ଆନନ୍ଦ ବିହାରରୁ ଓଡିଶା ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ସମ୍ପର୍କ ସମତା କ୍ରାନ୍ତି ଏକ୍ସପ୍ରେସ
ଗାଜିଆବାଦ ଷ୍ଟେସନ୍‌ରୁ କିଛି ବାଟ ଆସିବା ପରେ ଟ୍ରେନ୍‌ ଇଞ୍ଜିନ୍‌ରୁ ବଗି ଅଲଗା ହୋଇଯାଇଥିଲା ।

ଟ୍ରେନରେ ଥିବା ଅଧିକାରୀ ଓ ରେଳ କର୍ମଚାରୀ ଖବର ପାଇ ଅଲଗା ହୋଇଥିବା ବଗି ଓ ଇଞ୍ଜିନକୁ ଯୋଡି ଥିଲେ । ଏବଂ ଟ୍ରେନ୍‌କୁ ଆଗାମୀ ଯାତ୍ରା ନିମନ୍ତେ ଅନୁମତି ଦେଇଥିଲେ ।

ଏହାପରେ ପାଖାପାଖି ୫୦ କିମି ବାଟ ଆସିବା ପରେ ଆଲିଗଡ ହତାରସ ଷ୍ଟେସନ ନିକଟରେ ପୁଣି ଥରେ ଇଞ୍ଜିନ୍‌ରୁ ବଗି ଅଲଗା ହୋଇଯାଇଥିଲା । ପୂର୍ବଥର ଭଳି କର୍ମଚାରୀ ପହଞ୍ଚି ଉଭୟ ଇଞ୍ଜିନ ଓ ବଗିକୁ ଯୋଡି ଯାତ୍ରା ଆରମ୍ଭ କରିବା ପାଇଁ ଅନୁମତି ଦେଇଛାନ୍ତୁ । ଟ୍ରେନ୍‌ଟି ଓଡିଶା ଅଭିମୁଖେ ଯାତ୍ରା କରୁଛି ।

ଟ୍ରେନଟି ଏପର୍ଯ୍ୟନ୍ତ ଯାତ୍ରା କରୁଥିବା ବେଳେ ଏପର୍ଯ୍ୟନ୍ତ କୋୖଣସି କ୍ଷୟକ୍ଷତିର ସୂଚନା ଆସିନାହିଁ ।

Leave A Reply

Your email address will not be published.