Latest Odisha News

BREAKING NEWS

କରୋନା ଭାଇରସ ପରେ ଏବେ ଦେଶରେ ସ୍ୱାଇନ ଫ୍ଲୁର ଆତଙ୍କ

ନୂଆଦିଲ୍ଲୀ: କରୋନା ଭାଇରସ ପରେ ଏବେ ଭାରତରେ ସ୍ୱାଇନ ଫ୍ଲୁର ଆତଙ୍କ ଦେଖାଦେଲାଣି । ବାଙ୍ଗାଲୁରୁର ଏକ ବହୁଜାତୀୟ କମ୍ପାନୀର ଦୁଇ ଜଣ କର୍ମଚାରୀଙ୍କ ଠାରେ ସ୍ୱାଇନ ଫ୍ଲୁର ଲକ୍ଷଣ ଦେଖାଦେଇଛି । ଏହାପରେ ବାଙ୍ଗାଲୁରୁର ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଯାଇଛନ୍ତି । ଏବେ ଦେଶରେ ସ୍ୱାଇନ ଫ୍ଲୁ ଏକ ଚ୍ୟାଲେଞ୍ଜ ହେବାକୁ ଯାଉଛି । ସାରା ଦେଶରେ ସ୍ୱାଇନ ଫ୍ଲୁର ୮୮୪ଟି ମାମଲା ସାମନାକୁ ଆସିସାରିଛି ।

ବାଙ୍ଗାଲୁରୁ ସ୍ଥିତ ବହୁଜାତୀୟ କମ୍ପାନୀ ଏସଏପି(SAP) ଏଚ୧ଏନ୧ ଇନଫ୍ଲୁଏଞ୍ଜା ସଂକ୍ରମଣର ଆଶଙ୍କା କରି ଅଫିସ ବନ୍ଦ କରିଛି । ଏହି କମ୍ପାନୀ ଗୁରୁଗ୍ରାମ ଓ ମୁମ୍ବାଇର ଅଫିସ ମଧ୍ୟ ବନ୍ଦ କରିସାରିଛି । ଏସଏପି ସ୍ୱାଇନ ଫ୍ଲୁର ଆଶଙ୍କାରେ ସମସ୍ତ ଅଫିସକୁ ଭାଇରସ ଫ୍ରି କରିବା କାମ ଆରମ୍ଭ କରିଦେଇଛି । କର୍ମଚାରୀଙ୍କୁ ଘରୁ କାମ କରିବା ପାଇଁ କମ୍ପାନୀ ଆଦେଶ ଦେଇଛି ।

ସୂଚନାଯୋଗ୍ୟ, ୨ରୁ ୬ ଫେବୃଆରୀ ମଧ୍ୟରେ ଦେଶରେ ସ୍ୱାଇନ ଫ୍ଲୁର ୮୮୪ଟି ମାମଲା ସାମନାକୁ ଆସିଛି । ତାମିଲନାଡୁରେ ସ୍ୱାଇନ ଫ୍ଲୁର ପାଖାପାଖି ୧୭୪ଟି ମାମଲା ଓ ଦିଲ୍ଲୀରେ ଏପର୍ଯ୍ୟନ୍ତ ୧୦୯ଜଣ ସଂକ୍ରମିତ ଥିବା ଜଣାପଡିଛି ।

Leave A Reply

Your email address will not be published.