Latest Odisha News

BREAKING NEWS

ଲଞ୍ଚ୍ ହେଲା ସାମସଙ୍ଗ୍ ଗ୍ୟାଲାକ୍ସି ନୋଟ୍ ୧୦ ପ୍ଲସ ସ୍ମାର୍ଟଫୋନ୍

ଭୁବନେଶ୍ୱର: ଏକାସାଙ୍ଗରେ ଭାରତୀୟ ମାର୍କେଟରେ ଲଞ୍ଚ କରିଛି ସାମସଙ୍ଗ୍ ଗ୍ୟାଲାକ୍ସି ନୋଟ୍ ୧୦ ଓ ନୋଟ୍ ୧୦ ପ୍ଲସ୍ ସ୍ମାର୍ଟଫୋନ୍ । ଯେଉଁଥିରେ କି ରହିଛି ୫ଜି ଓ ୪ଜି ଉଭୟ ଭେରିଆଣ୍ଟ ଏବଂ ଅଧିକ ଫିଚର ସହିତ ଅଛି ଏସ ପେନ୍ ସୁବିଧା ।

ଭାରତୀୟ ୟୁଜର୍ସଙ୍କ ଚାହିଦା ମୁତାବକ ଏହି ଦୁଇଟି ମୋବାଇଲ୍ ନୋଟକୁ ଲଞ୍ଚ୍ କରିଛି ଗ୍ୟାଲାକ୍ସି ସାମସଙ୍ଗ । ଏହି ଦୁଇଟି ନୋଟ ଦୁଇଟିରେ ରହିଛି ସମାନ ଧରଣର କ୍ୟାମେରା ସୁବିଧା । ଏଥିରେ ଫୋଟୋଗ୍ରାଫ୍ ନେବାକୁ ଅନେକ ନୂତନ ସୁବିଧା ମଧ୍ୟ ରହିଛି । ଗ୍ୟଲାକ୍ସି ନୋଟ ୧୦ ସ୍ମାର୍ଟଫୋନ ଏକ୍ସିନୋସ୍ ୯୮୨୫ ଦ୍ୱାରା ନିର୍ମିତ ହୋଇଥିବା ବେଳେ ଏଥିରେ ୭ଏନଏମ ଏକ୍ସଟ୍ରିମ୍ ଅଲ୍ଟ୍ରାଭାୟୋଲେଟ୍ ଲିଥୋଗ୍ରାଫି ପ୍ରସେସ ଦ୍ୱାରା ତିଆରି ହୋଇଛି ।

ଏଥିରେ ଶକ୍ତିଶାଳୀ ପ୍ରୋସେସର ରହିଥିବା ବେଳେ କ୍ୱାଲକମ୍ ସ୍ନାପଡ୍ରାଗନ ୮୫୫, ଆପଲ୍ ଏ୧୨ ଏବଂ ହିସିଲିକନ୍ କିରିନ୍ ୯୮୦ ଦ୍ୱାରା ଉପଲବ୍ଧ । ଏହି ନୋଟରେ ରହିଛି ୮ଜିବି ରାମ୍ ସହିତ ୨୫୬ ଜିବିର େÂାରେଜ୍ କ୍ୟପାସିଟି ।

ତେବେ ସାମସଙ୍ଗ ଗ୍ୟାଲାକ୍ସି ନୋଟ ୧୦ ପ୍ଲସରେ ରହିଛି ୫ଜି ସମେତ ୧୨ଜିବି ରାମ୍ ଏହି ଏଥିସହିତ ୨୫୬ଜିବି ଷ୍ଟୋରେଜ୍ କ୍ୟାପାସିିଟି ।

ଏହି ଦୁଇଟି ସ୍ମାର୍ଟଫୋନରେ ଡୁଆଲ୍ ସିମ୍ ସହିତ ହାଇବ୍ରିଡ଼ ମେମୋରୀ କାଡର଼୍ ସ୍ଲଟ ରହିଛି । ଏହା ବ୍ୟତୀତ ରହିଛି, ୪,୩୦୦ ଏମ ଏ ଏଚ ବ୍ୟାଟେରୀ । ଏପରିକି ୪୫ ଡବ୍ଲୁ୍ୟ ଫାଷ୍ଟ ଚାର୍ଜଂ କମ୍ପାଟିବିଲିଟି ଉପଲବ୍ଧ । ଭାରତୀୟ ମାର୍କେଟରେ ସାମସଙ୍ଗ୍ ଗ୍ୟାଲାକ୍ସି ନୋଟ୍ ୧୦ ଓ ନୋଟ୍ ୧୦ ପ୍ଲସ୍ ସ୍ମାର୍ଟଫୋନର ଦାମ ଯଥାକ୍ରମେ ୬୭, ୫୦୦ ଏବଂ ୭୮,୦୦୦ ଟଙ୍କା ରହିଛି ।

Leave A Reply

Your email address will not be published.