ନୂଆଦିଲ୍ଲୀ: ଆଜି ଭାରତରେ ସାମସଙ୍ଗ୍ ଗାଲାକ୍ସି s20 FE ଲଞ୍ଚ୍ ହେବାକୁ ଯାଉଛି। ଏହା ହେଉଛି ଗାଲାକ୍ସି s20 ଫ୍ଲାଗ୍ସିପ୍ର ଟୋନ୍ଡାଉନ୍ ସଂସ୍କରଣ।
ଏଥିରେ ଟ୍ରିପଲ୍ ରିୟର୍ କ୍ୟାମେରା ଏବଂ 120Hz ଡିସ୍ପ୍ଳେ ରହିଛି। ଭାରତୀୟ ଗ୍ରାହକ ଏହାର କେବଳ 4G ସୁବିଧା ପାଇପାରିବେ।
ରିପୋର୍ଟ ମୁତାବକ ଏଥିରେ 8GB+128GB ଡାଟାର ସୁବିଧା ରହିବ। ଏହା ରେଡ୍, କ୍ଲାଉଡ୍ ଲାଭେଣ୍ଡର, କ୍ଲାଉଡ୍ ମିଣ୍ଟ୍, କ୍ଲାଉଡ୍ ନାଭି ଏବଂ କ୍ଲାଉଡ୍ ହ୍ବାଇଟ୍ ଭଳି ପାଞ୍ଚଟି ରଙ୍ଗରେ ବଜାରରେ ଉପଲବ୍ଧ ହେବ।
ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ 10 ଆଧାରିତ One UI 2.0 ଚାଲିଥାଏ। ଏଥିରେ ୬.୫ ଇଞ୍ଚ୍ ଫୁଲ୍ ଏଚ୍ଡି ସୁପର୍ ଡିସ୍ପ୍ଲେ ରହିଛି।
ଏଥିରେ 8GB ରାମ୍ ମଧ୍ୟ ରହିଛି। ଏହାର ଆଗ କ୍ୟାମେରା ହେଉଛି 32 MP ଏବଂ ବ୍ୟାଟେରୀ 4500mAh ଏବଂ 15W ଫାଷ୍ଟ୍ ଚାର୍ଜିଂ ମଧ୍ୟ ପ୍ରଦାନ କରିବ। ଏହାସହିତ ଫିଙ୍ଗର ପ୍ରିଣ୍ଟ୍ ସେନ୍ସର୍ ଭଳି ଅତ୍ୟାଧୁନିକ ସୁବିଧା ମଧ୍ୟ ରହିଛି।
Comments are closed.