Latest Odisha News

BREAKING NEWS

ଜାଣନ୍ତୁ ଏବର୍ଷ ଆଇଆଇଟି ପାଇଁ କେତୋଟି ସିଟ ରହିଛି

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଦିଲ୍ଲୀ ନିର୍ଦ୍ଦେଶକ ଭି ରାମଗୋପାଲ ଭାରତରେ ଆଇଆଇଟିରେ ଉପଲବ୍ଧ ସିଟ୍ ସଂଖ୍ୟା ଘୋଷଣା କରିଛନ୍ତି।

ସୋମବାର ଆଇଆଇଟି-ଦିଲ୍ଲୀ ମିଳିତ ପ୍ରବେଶିକା ପରୀକ୍ଷା (JEE) ଆଡଭାନ୍ସଡ ୨୦୨୦ ର ଫଳାଫଳ ଘୋଷଣା କରିବା ପରେ ଏହି ଘୋଷଣା କରାଯାଇଛି।

ଭି ରାମଗୋପାଲ ଟ୍ୱିଟରକୁ ଯାଇ ଲେଖିଛନ୍ତି, ଏହି ବର୍ଷ ଜେଇଇ ଆଡଭାନ୍ସ ପ୍ରାର୍ଥୀଙ୍କ ପାଇଁ ୨୩ ଆଇଆଇଟିରେ ମୋଟ ୧୬୦୫୩ ଟି ସିଟ୍ ଅଛି |

ଜେଇଇ ଆଡଭାନ୍ସଡ ଫଳାଫଳ ଅନୁଯାୟୀ, ମୋଟ ୩୬,୪୯୭ ଛାତ୍ର ଏବଂ ୬,୭୦୭ ଛାତ୍ରୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।

ମିଳିତ ସିଟ୍ ଆବଣ୍ଟନ ପ୍ରାଧିକରଣ (JoSAA) ୨୦୨୦ କାଉନସେଲିଂ ପ୍ରକ୍ରିୟା ଆଜି, ଅକ୍ଟୋବର ୬ ରୁ ଆରମ୍ଭ ହେବାକୁ ଯାଉଛି।

Leave A Reply

Your email address will not be published.