Latest Odisha News

BREAKING NEWS

ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ଭାଇସ୍‌ ଚେୟାର୍‌ମ୍ୟାନ୍‌ ଲି ଜେ ୟୋଙ୍ଗଙ୍କୁ ଅଢେଇ ବର୍ଷ ଜେଲ୍‌ ଦଣ୍ଡାଦେଶ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ସିଓଲ କୋର୍ଟ ସୋମବାର ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ଭାଇସ୍‌ ଚେୟାର୍‌ମ୍ୟାନ୍‌ ଲି ଜେ ୟୋଙ୍ଗଙ୍କୁ ଅଢେଇ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଲାଞ୍ଚ ନେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇ ତାଙ୍କୁ ଏଭଳି ଦଣ୍ଡବିଧାନ କରାଯାଇଛି। ଏହି ମାମଲାରେ ପୂର୍ବତନ ଅଧ୍ୟକ୍ଷ ପାର୍କ ଜିୟୁନ୍ ହେ ମଧ୍ୟ ଜଡିତ ଅଛନ୍ତି। ଉଭୟଙ୍କୁ ଜେଲ ପଠାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ କୋର୍ଟ ତାଙ୍କର ଦୀର୍ଘ ଦିନର ବନ୍ଧୁ ଚୋଇ ସୁନ୍‌ ସିଲଙ୍କୁ ମଧ୍ୟ ଜେଲ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ସରକାରଙ୍କ ସମର୍ଥନ ତଥା କମ୍ପାନୀକୁ କ୍ଷମତା ହସ୍ତାନ୍ତର ପାଇଁ ଚୋଇ ତାଙ୍କୁ ଏହି ଅପରାଧରେ ସମର୍ଥନ କରିଛନ୍ତି।

ଯେତେବେଳେ ସିଓଲ ହାଇକୋର୍ଟ ଏହି ରାୟ ଦେଇଥିଲେ ସେତେବେଳେ ଲି କୋର୍ଟରେ ଉପସ୍ଥିତ ଥିଲେ। କୋର୍ଟଙ୍କ ରାୟ ପରେ ତାଙ୍କୁ ଗିରଫ କରାଯାଇଥିଲା। ସୂଚନା ଥାଉ କି, ତାଙ୍କ ଦଣ୍ଡ ଉପରେ ପ୍ରତିବନ୍ଧକ ଥିବାରୁ ସେ ତିନି ବର୍ଷ ଜେଲରୁ ବାହାରିଥିଲେ। ୫୨ ବର୍ଷୀୟ ଲିଙ୍କୁ ପ୍ରଥମେ ଫେବୃଆରୀ ୨୦୧୭ ରେ ଚାର୍ଜ କରାଯାଇଥିଲା। ତାଙ୍କୁ ୨୯.୮ ବିଲିୟନ ୱାନ (୨୭.୪ ମିଲିୟନ ଡ଼ଲାର) ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ୨୦୧୭ ମସିହାରେ ତାଙ୍କୁ ପାଞ୍ଚ ବର୍ଷ ଦଣ୍ଡିତ କରାଯାଇଥିଲା। କିନ୍ତୁ ଉପର ଅଦାଲତରେ ଆବେଦନ ପରେ ତାଙ୍କୁ ଅଢେଇ ବର୍ଷର ଦଣ୍ଡାଦେଶ ହୋଇଥିଲା।
Leave A Reply

Your email address will not be published.