Latest Odisha News

BREAKING NEWS

ବ୍ରିସବେନ୍ ଟେଷ୍ଟ: ଭାରତ ଆଗରେ ୩୨୮ରନ୍ ବିଜୟ ଲକ୍ଷ୍ୟ ରଖିଲା ଅଷ୍ଟ୍ରେଲିଆ

ବ୍ରିସବେନ୍: ଚତୁର୍ଥ ଟେଷ୍ଟରେ ଭାରତ ଆଗରେ ୩୨୮ ରନ୍ ବିଜୟ ଲକ୍ଷ୍ୟ ଦେଇଛି ଅଷ୍ଟ୍ରେଲିଆ । ଦ୍ୱିତୀୟ ଇନିଂସରେ କଙ୍ଗାରୁ ବାହିନୀ ୨୯୪ ରନରେ ଅଲଆଉଟ୍ ହୋଇଛି । ଦଳ ପକ୍ଷରୁ ଷ୍ଟିଭ୍ ସ୍ମିଥ ସର୍ବାଧିକ ୫୫ରନ୍ ଓ ଡେଭିଡ୍ ଓ୍ୱାର୍ଣ୍ଣର ୪୮ ରନ୍ କରିଛନ୍ତି । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୬୯ ରନରେ ଅଲଆଉଟ୍ ହୋଇଥିଲା । ଟିମ୍ ଇଣ୍ଡିଆ କରିଥିଲା ୩୩୬ ରନ୍ ।

ପ୍ରଥମ ଇନିଂସରେ କଙ୍ଗାରୁ ବାହିନୀଠାରୁ ୩୩ରନ୍ ପଛରେ ରହିଥିଲା ଭାରତ । ଦ୍ୱିତୀୟ ଇନିଂସର ରନ୍ ଆଧାରରେ ଭାରତ ଆଗରେ ୩୨୮ରନ୍ ଟାର୍ଗେଟ ଦେଇଛି ଅଷ୍ଟ୍ରେଲିଆ ।
ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସ ବ୍ୟାଟିଂରେ ଘାତକ ହୋଇଥିଲା ମହମ୍ମଦ ସିରାଜ । ସେ ଦ୍ୱିତୀୟ ଇନିଂସରେ ୭୩ରନ୍ ଦେଇ ୫ଟି ଓ୍ୱିକେଟ ହାତେଇଛନ୍ତି । ସେହିପରି ସାର୍ଦ୍ଦୁଲ ଠାକୁର ୪ଟି ଏବଂ ଓ୍ୱାଶିଂଟନ୍ ସୁନ୍ଦର ନେଇଛନ୍ତି ଗୋଟିଏ ଓ୍ୱିକେଟ ।

ଆଜି ମ୍ୟାଚର ଚତୁର୍ଥ ଦିନ । ଆଶନ୍ତାକାଲି ଆଉ ଗୋଟିଏ ଦିନ ବାକି ରହିଥିବା ବେଳେ ଚେଜ୍ କରିବ ଟିମ୍ ଇଣ୍ଡିଆ । ବର୍ତ୍ତମାନ ସିରିଜ ୧-୧ରେ ବରାବର ରହିଛି ।

Leave A Reply

Your email address will not be published.