Latest Odisha News

ସାମସଙ୍ଗର ଗାଲାକ୍ସି ଏ ଲଞ୍ଚ ଇଭେଣ୍ଟରେ ଆସିବ ଏହି ନୂଆ ସ୍ମାର୍ଟଫୋନ..

ଭୁବନେଶ୍ବର: ସାମସଙ୍ଗ ଗାଲାକ୍ସି ଏ (Galaxy A) ସିରିଜକୁ ଲଞ୍ଚ କରିବ। ମାର୍ଚ୍ଚ ୨ରେ ଏହି ଲଞ୍ଚ ଇଭେଣ୍ଟର ଆୟୋଜନ ହେବ । ଏହି ଇଭେଣ୍ଟରେ କମ୍ପାନୀ କେଉଁ କେଉଁ ସ୍ମାର୍ଟଫୋନକୁ ଲଞ୍ଚ କରିବ ସେ ନେଇ ସ୍ପଷ୍ଟ କରିନାହିଁ । ଲିକ୍‌ ତଥ୍ୟ ଅନୁସାରେ ଏହି ଇଭେଣ୍ଟରେ Galaxy A56, A36 ଓ A26 ସ୍ମାର୍ଟଫୋନ ଲଞ୍ଚ ହୋଇପାରେ ।

କମ୍ପାନୀ ପକ୍ଷରୁ ଅଫିସିଆଲ ୱେବସାଇଟ୍‌ରେ ଜାରି ହୋଇଥିବା ଟିଜର ଫଟୋରେ କେବଳ ଦୁଇଟି ସ୍ମାର୍ଟଫୋନକୁ ଦେଖିବାକୁ ମିଳିଛି । ତିନିଟି ସ୍ମାର୍ଟଫୋନ ମଧ୍ୟରୁ କମ୍ପାନୀ ଦୁଇଟି ସ୍ମାର୍ଟଫୋନକୁ ଲଞ୍ଚ କରିପାରେ ବୋଲି ଆଶା କରାଯାଉଛି । ଅନ୍ୟ ସ୍ମାର୍ଟଫୋନକୁ ଚଳିତ ବର୍ଷ ଶେଷ ସୁଦ୍ଧା ଲଞ୍ଚ କରାଯାଇ ପାରିବ ।

ଲିକ୍ ତଥ୍ୟ ହିସାବରେ, ସାମସଙ୍ଗ ଗାଲାକ୍ସି A56, A36 ଓ A26 ସ୍ମାର୍ଟଫୋନ 6.7 ଇଞ୍ଚ ସ୍କ୍ରିନ ଆକାର ଓ 1080×2340 ରିଜୋଲ୍ୟୁସନ ସହ ଆସିପାରେ । A56 ଓ A36 ସ୍ମାର୍ଟଫୋନରେ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ମିଳିପାରେ । କିନ୍ତୁ A26ରେ ପାୱାର ବଟନ୍‌ରେ ଫିଙ୍ଗରପ୍ରିଣ୍ଟ ସେନ୍ସର ରହିପାରେ । ଏହି 3ଟି ଫୋନ ଆଣ୍ଡ୍ରଏଡ 15 ଆଧାରିତ One UI 7ରେ ଚାଲିପାରେ । ସେଲ୍ଫି ଲାଗି A56 ଓ A36 ସ୍ମାର୍ଟଫୋନରେ 12MP ସ୍ନାପର ଏବଂ A26 ଲାଗି 13MP କ୍ୟାମେରା ମିଳିପାରେ । । ଷ୍ଟୋରେଜରେ A56ରେ 8GB RAM ଏବଂ A36 ଓ A26 ସ୍ମାର୍ଟଫୋନରେ 6/8GB ମିଳିପାରେ ।

 

Comments are closed.