Latest Odisha News

ଲ୍ୟାଣ୍ଡମାଇନ୍‌ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ, ଅଳ୍ପକେ ବର୍ତ୍ତିଲା ଜୀବନ

ସୁକମା: ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଣି ସକ୍ରିୟ ହୋଇଯାଇଛନ୍ତି ନକ୍ସଲ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି କୋଣ୍ଟା ଅଞ୍ଚଳରେ ଖଞ୍ଜିଥିବା ଲ୍ୟାଣ୍ଡମାଇନକୁ ସୁରକ୍ଷାକର୍ମୀ ମାନେ ନିଷ୍କ୍ରିୟ କରିଛନ୍ତି । ବୋମାର ଓଜନ ୫ କିଲୋଗ୍ରାମ ଥିଲା ବୋଲି ସୂଚନା ମିଳଛି ।

କୋଣ୍ଟା ଥାନା ଅଞ୍ଚଳର କୋଣ୍ଟା ଠାରୁ ଗୋଲାପାଲି ରାସ୍ତାର ବଣ୍ଡା ଗ୍ରାମ ନିକଟରେ ନକ୍ସଲ ରାସ୍ତା ଉପରେ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ । ଏହି ଅଞ୍ଚଳରେ ଯବାନ ସର୍ଚ୍ଚ ଅପରେସନ ବେଳେ ରାସ୍ତାଉପରେ ଲ୍ୟାଣ୍ଡମାଇନ ଦେଖିବାକୁ ପାଇଥିଲେ । ଏହାପରେ ବୋମା ନିଷ୍କ୍ରିୟ ଦଳକୁ ଖବର ଦିଆଯାଇଥିଲା ଘଟଣାସ୍ଥଳରେ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଥିଲେ ।

ବର୍ତ୍ତମାନ ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

Comments are closed.