Latest Odisha News

BREAKING NEWS

ବିପଦରେ ଲକ୍ଷ ଲକ୍ଷ ଏଣ୍ଡ୍ରୟଡ୍ ମୋବାଇଲ୍ ବ୍ୟବହାରକାରୀଙ୍କ ତଥ୍ୟ

ନୂଆଦିଲ୍ଲୀ: ଭାରତରେ 5G ଆରମ୍ଭ ସହ ସ୍ମାର୍ଟଫୋନ୍ ବ୍ୟବହାର ବଢ଼ୁଛି । ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ କେନ୍ଦ୍ର ସରକାରଙ୍କ ସଂସ୍ଥା ଚେତାବନୀ ଦେଇଛି । ସାମସଙ୍ଗ ଗାଲାକ୍ସି, ୱାନ୍ ପ୍ଲସ୍, ଅପୋ, ଭିଭୋ, ସାଓମି ଭଳି ସ୍ମାର୍ଟଫୋନ୍ ସାମିଲ୍ ରହିଛି । ଏସବୁ ଫୋନ୍ ଏଣ୍ଡ୍ରୟଡରେ ଚାଲୁଛି ।

କେନ୍ଦ୍ର ସରକାରଙ୍କ ସଂସ୍ଥା CRET-in ଅନୁସାରେ, ସାମସଙ୍ଗ ଗାଲାକ୍ସି, ୱାନ୍ ପ୍ଲସ, ଅପୋ, ଭିଭୋ, ସାଓମି ସହ ଅନ୍ୟ ଏଣ୍ଡ୍ରୟଡ୍ ସ୍ମାର୍ଟଫୋନ୍ ବିପଦରେ । ଏଣ୍ଡ୍ରୟଡ୍ ୧୦, ୧୧, ୧୨, ୧୨ଏଲ୍ ଓ ୧୩ରେ ପରିଚାଳିତ ଫୋନ୍ ପ୍ରତି ଅଧିକ ବିପଦ ରହିଛି । ଏସବୁ ଏଣ୍ଡ୍ରୟଡ୍ ସିଷ୍ଟମରେ ଫ୍ରେମୱର୍କ, ସିଷ୍ଟମ କମ୍ପୋନେଟ୍, ଗୁଗଲ୍ ପ୍ଲେ ସିଷ୍ଟମ ଅପଡେଟ୍ସ ଆଦିରେ ସୁରକ୍ଷା ଅଭାବ ରହିଛି ।

ଯାହାର ଫାଇଦା ନେଇ ହ୍ୟାକର୍ସ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଡିଭାଇସରୁ ହାସଲ କରି ପାରିବେ । ହ୍ୟାକର୍ସଙ୍କ କବଳରୁ ବଞ୍ଚିବା ଲାଗି ମୋବାଇଲ୍ ନିର୍ମାତା ଦେଉଥିବା ସିଷ୍ଟମ ଅପଡେଟକୁ ତୁରନ୍ତ ଡାଉଲନୋଡ୍ କରିବା ଆବଶ୍ୟକ ବୋଲି କୁହାଯାଇଛି ।

Leave A Reply

Your email address will not be published.