Latest Odisha News

BREAKING NEWS

ପୁଣି ଥରିଲା ତୁର୍କୀ: ରିକ୍ଟର ସ୍କେଲରେ ତୀବ୍ରତା ୪.୩

ଇସ୍ତାନବୁଲ:ଗୋଟିଏ ପରେ ଗୋଟିଏ ଝଟକା ତୁର୍କୀକୁ ମାଟିରେ ମିଶାଇ ଦେଲାଣି । ୪ ଥର ବଡ ଧରଣର ଭୂୂକମ୍ପ ପରେ ତୁର୍କୀ ଏବଂ ସିରିଆରେ ମୃତ୍ୟୁ ସଂଖ୍ୟା ୯ ହଜାର ପାର କରିଗଲାଣି । ଆହତଙ୍କ ସଂଖ୍ୟା ବି ୫୦ ହଜାର ପରେ । ଏହା ଭିତରେ ପୁଣି  ଭୂକମ୍ପ ଝଟକା ଅନୁଭୁତ ହୋଇଛି । ୟୁନାଇଟେଡ ଷ୍ଟେଟ ଜିଓଲଜିକାଲ ସର୍ଭେ ଅନୁସାରେ ନରଦୁଗୀ ସହରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ଏବଂ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିଲା ।

ଅନ୍ୟପକ୍ଷେ ଭୂକମ୍ପ ପରେ ଧ୍ୱଂସ ସ୍ତପ ତଳେ ଥିବା ଲୋକଙ୍କ ବଞ୍ଚିବା ଆଶଙ୍କା ଧୀରେ ଧୀରେ କ୍ଷୀଣ ହେଉଛି ।ଉଦ୍ଧାରକାରୀ ଦଳ ଖୁବ ସାବଧାନତାର ସହ ଲୋକଙ୍କୁ ଉଦ୍ଧାର କରୁଛନ୍ତି । ସେଥିପାଇଁ ସମୟ ଲାଗୁଛି । ପରିବାରର ଯେଉଁ କେତେଜଣ ଭୂକମ୍ପରୁ ବର୍ତ୍ତି ଯାଇଛନ୍ତି ସେମାନେ ଭଗ୍ନବଶେଷ ତଳୁ ପ୍ରିୟଜନଙ୍କୁ ଖୋଜୁଛି । ଦିନରାତି ଭଙ୍ଗା ସିମେଣ୍ଟ, ଛଡକୁ ଖୋଳି ବାହାର କରିବା କାମ ଚାଲିଛି । ଲୋକମାନେ ନିଜ ହାତରେ ଭଗ୍ନସ୍ତୁପକୁ ସଫା କରୁଛନ୍ତି ।

ଅନେକ ସ୍ଥାନରେ ଉଦ୍ଧାରକାରୀ ଦଳ ପହଞ୍ଚି ପାରି ନାହାନ୍ତି । ସବୁଠାରୁ ଦୁଃଖର କଥା, ଭଗ୍ନ ସ୍ତୁପ ତଳେ ଲୋକେ ଉଦ୍ଧାର ପାଇଁ ଆର୍ତ୍ତ ଚିତ୍କାର କରୁଛନ୍ତି  । ହେଲେ ଉଦ୍ଧାରକାରୀ ଦଳ ନ ଥିବାରୁ ସେମାନଙ୍କୁ କଢାଯାଇ ପାରୁନି ।

ସିରିଆର ଅଲ୍ଲି ବଟ୍ଟଲ ନାମକ ଜଣେ ବ୍ୟକ୍ତି କହିଛନ୍ତି, ମୋର ପୁରା ପରିବାର ଏହି ମାଟି ତଳେ । ମୋର ପୁଅ, ଝିଅ, ଜୋଇଁ, ସମସ୍ତେ ଏକ ଭଙ୍ଗା ଘର ତଳେ । ସେମାନେ ଲହୁଲୁହାଣ ହୋଇ ପଡିଛନ୍ତି ।  ସେ କହିଛନ୍ତି, ମୁଁ ଜଣେ ସେମାନେ ଜୀବିତ ଅଛନ୍ତି । କିନ୍ତୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ କେହି ନାହାନ୍ତି । ସିରିଆ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଇଥିବା ସୂଚନା ଅନୁଯାୟୀ, ଅଲେପୋ, ଲତାକିୟା,ହମା ଏବଂ ଟାର୍ଟସ ପ୍ରାନ୍ତର ଭୟବହ ଅବସ୍ଥା ଭୟାବହ ହୋଇପଡିଛି ।

Leave A Reply

Your email address will not be published.