Latest Odisha News

BREAKING NEWS

ଆଗାମୀ ବିଧାନସଭା ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ଉଦ୍ୟମ କରିବ ସଂଯୁକ୍ତ କିସାନ ମୋର୍ଚ୍ଚା

ନୂଆଦିଲ୍ଲୀ: ଆଗକୁ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ଉଦ୍ୟମ କରିବୁ ବୋଲି ସଂଯୁକ୍ତ କିସାନ ମୋର୍ଚ୍ଚା ଘୋଷଣା କରିଛି । ମଙ୍ଗଳବାର ସିଂଘୁ ବର୍ଡର ନିକଟରେ ସେମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହା ଘୋଷଣା କରିଛନ୍ତି । ଆମେ କୌଣସି ପାର୍ଟିକୁ ସମର୍ଥନ କରୁନାହୁଁ । କିନ୍ତୁ ଜନସାଧାରଣଙ୍କୁ ଅପିଲ କରିବୁ ଯେ, ସେହିମାନଙ୍କୁ ଭୋଟ ଦିଅନ୍ତୁ ଯେଉଁମାନେ ବିଜେପି ପ୍ରାର୍ଥୀଙ୍କୁ ହରାଇପାରିବେ ବୋଲି ଭାରତୀୟ କିଷାନ ସଂଘ ନେତା ବଲବୀର ଏସ ରଜେଓ୍ବାଲା କହିଛନ୍ତି ।

ସୂଚନାଯୋଗ୍ୟ, ନୂଆ କୃଷି ଆଇନକୁ ପ୍ରତ୍ୟାହାର ଦାବି ଏବଂ ଏମ୍‌ଏସ୍‌ପି ସୁନିଶ୍ଚିତ ଦାବିରେ ଦୀର୍ଘଦିନ ହେଲା ପଞ୍ଜାବ, ହରିୟାଣା ସମେତ ଦେଶର ବିଭିନ୍ନ ସ୍ଥାନର ହଜାର ହଜାର ଚାଷୀ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି ।କୃଷି କ୍ଷେତ୍ରରେ ସୁଧାର ଆଣିବା ପାଇଁ ଗତ ବର୍ଷ ସେପ୍ଟେମ୍ବର ମାସରେ ୩ଟି ନୂଆ ଆଇନ ଲାଗୁ କରିଥିଲେ କେନ୍ଦ୍ର ସରକାର ।

Leave A Reply

Your email address will not be published.