Latest Odisha News

BREAKING NEWS

୩୦ ଲକ୍ଷ ଟଙ୍କା ପ୍ୟାକେଜରେ ନିଯୁକ୍ତି ସୁଯୋଗ ପାଇଲେ ସୋଆ ଛାତ୍ରଛାତ୍ରୀ

ଭୁବନେଶ୍ୱର; ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ୨୦୨୧ ବ୍ୟାଚର ୮୫ ପ୍ରତିଶତ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇଛନ୍ତି।

ଶିକ୍ଷା ବ୍ୟବସ୍ଥା ଉପରେ କୋଭିଡ ମହାମାରୀ ପ୍ରଭାବ ପଡ଼ିଥିବା ବେଳେ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କରିପାରିଛି ସୋଆ। ପ୍ରାୟ ୩୦% ଛାତ୍ରଛାତ୍ରୀ ଡେ-ଜିରୋ ଅର୍ଥାତ୍ ପ୍ରିମିୟମ୍ ନିଯୁକ୍ତି ପ୍ରକ୍ରିୟାରେ ମାଇକ୍ରୋସଫ୍‌ଟ, ଆମାଜନ୍‌, ଫିନାଷ୍ଟ୍ରା, ରବର୍ଟ ବୋସ୍‌, ଡେଲ୍‌, ପିଡବ୍ଲୁସି, କ୍ଲାଉଡ୍‌ଗିନ୍‌, ଡେଲଏଟ୍‌, ଏଚ୍‌ପି ଆଇଏନ୍‌ସି, ଟେମେନସ୍‌, ଇନ୍‌ଫର୍ମାଟିକା,ଏମ୍‌ଏକ୍ୟୁ ସଫ୍ଟୱେୟାର୍‌, ଏନ୍‌ପିସିଆଇ, ସେଲ୍ସଫୋର୍ସ ଏବଂ ରାପ୍ୟୁଟା ରୋବୋଟିକ୍ସ ଭଳି କମ୍ପାନୀରେ ବାର୍ଷିକ ହାରାହାରି ୬.୩ ଲକ୍ଷ ଟଙ୍କାର ପ୍ୟାକେଜ୍‌ରେ ନିଯୁକ୍ତି ପାଇଥିବା ବେଳେ ଏମାନଙ୍କ
ମଧ୍ୟରୁ ସର୍ବାଧିକ ଆମାଜନ୍ ଭଳି କମ୍ପାନୀ ଠାରୁ ବାର୍ଷିକ ୩୦ ଲକ୍ଷ ଟଙ୍କା ପ୍ୟାକେଜ୍‌ର ଅଫର ପାଇଛନ୍ତି ।

ମହାମାରୀ ସତ୍ୱେ ଅଧିକାଂଶ ଛାତ୍ରଛାତ୍ରୀ ଏକାଧିକ କମ୍ପାନୀରେ ନିଯୁକ୍ତି ଅଫର ପାଇଛନ୍ତି । ଅନ୍ୟ ୫୫ % ଛାତ୍ରଛାତ୍ରୀ ପ୍ରତିଷ୍ଠିତ ମଲ୍ଟି ନ୍ୟାସ୍‌ନାଲ୍ କମ୍ପାନୀ ଏବଂ ଡେ-ୱାନ୍ ଏବଂ ଡେ-ଟୁ ନିଯୁକ୍ତିଦାତା ଇନ୍‌ଫୋସିସ୍‌, ୱିପ୍ରୋ, କଗ୍ନିଜାଂଟ, କେପ୍‌ଜେମିନି, ଡିଏକ୍ସସି, ହେକ୍ସାୱେର୍‌, ଏଚ୍‌ସିଏଲ୍‌, ଏନ୍‌ଆଇଆଇଟି ଟେକ୍ନୋଲୋଜିସ୍‌, ଏଲ୍ ଆଣ୍ଡ ଟି ଟେକ୍ନୋଲୋଜିସ୍‌,
ଇନ୍‌ଫୋଗେନ୍‌, ଟୁଡିପ ଟେକ୍ନୋଲୋଜିସ୍‌, ଭି-କନ୍‌ଷ୍ଟ୍ରକ୍ଟ, ଏନ୍‌ସିସି, ଗ୍ଳୋବାଲ୍ ଏଜ୍ ଏବଂ ଅନ୍ୟାନ୍ୟ ବିଭିନ୍ନ କମ୍ପାନୀରୁ ନିଯୁକ୍ତ ଅଫର ପାଇଛନ୍ତି।

ଏହା ବ୍ୟତୀତ ଖ୍ୟାତି ସମ୍ପନ୍ନ ଡିଜିଟାଲ୍ ମାର୍କେଟିଂ କର୍ପୋରେଟ୍ ମିଡିଆମିଂଟ୍ ମଧ୍ୟ ଏମ୍‌ଓୟୁ ମାଧ୍ୟମରେ ସୋଆର ପ୍ରତିଭାବାନ୍ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେବା ପାଇଁ ଆଗ୍ରହ ପ୍ରକାଶ କରିଛି।

ଚଳିତ ବର୍ଷ ଆଇଟିଇଆର୍‌ର କ୍ୟାମ୍ପସ୍ ନିଯୁକ୍ତି ପ୍ରକ୍ରିୟାରେ ୯୦ ରୁ ଅଧିକ କମ୍ପାନୀ ଭାଗ ନେଇଥିଲେ । ଏହା ବ୍ୟତୀତ ସୋଆର
ଛାତ୍ରଛାତ୍ରୀମାନଙ୍କର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଅନେକ ପ୍ରତିଷ୍ଠିତ କର୍ପୋରେଟ୍ ସୋଆ କ୍ୟାମ୍ପସ୍‌ରେ ସେମାନଙ୍କର ହବ୍ ପ୍ରତିଷ୍ଠା କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି ।

ଏହା ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଦିନରେ ଇଣ୍ଡଷ୍ଟ୍ରିରେ ଅଧିକ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି ।

କୋଡିଙ୍ଗ, ଟେକ୍ନୋଲୋଜି, ସଫ୍ଟ ସ୍କିଲ, ଆପ୍ଟିଟ୍ୟୁଡ୍ ଏବଂ କାଉନ୍‌ସେଲିଂ କ୍ଷେତ୍ରରେ ଉତ୍କୃଷ୍ଟ ଧରଣର ଟ୍ରେନିଂ କାର‌୍ୟ୍ୟକ୍ରମ ଯୋଗେ ସୋଆର ଛାତ୍ରଛାତ୍ରୀମାନେ ସେମାନଙ୍କ ଲକ୍ଷ୍ୟ ହାସଲ କରିବାରେ ଏବଂ ନିଜର ଶିକ୍ଷା ଏବଂ ପାରଦର୍ଶିତାକୁ ଉଚ୍ଚ ସ୍ତରକୁ ନେବାରେ ସଫଳ ହେବେ ବୋଲି ଆଶା କରାଯାଉଛି।

ସେହିପରି ଏକ ୬ ଜଣିଆ ଆଇଟିଇଆର୍ ଛାତ୍ରଛାତ୍ରୀ ଟିମ୍ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ସ୍ମାର୍ଟ ଇଣ୍ଡିଆ ହାକାଥନ୍ – ୨୦୨୦ରେ ଭାଗ ନେଇ ଓ ଷ୍ଟେଟ୍‌ମେଂଟ ଆର୍‌କେ ୫୭ (ଡିଜିଟାଲ୍ ପୋଲିସିଙ୍ଗ) ସମସ୍ୟାର ସମାଧାନ କରି ଚାମ୍ପିଅନ୍ ହୋଇ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ହାସଲ କରିଛନ୍ତି । ସେହିପରି ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍ ଦ୍ୱାରା ପରିଚାଳିତ ଟିସିଏସ୍ କୋଡ୍ ଭିଟା ସିଜନ୍ ୯ରେ
ଉଚ୍ଚକୋଟୀର ପ୍ରଦର୍ଶନ କରି ସଫଳତା ପାଇଛନ୍ତି ସୋଆ ଛାତ୍ରଛାତ୍ରୀ ।

କ୍ରମାଗତ ଭାବେ ଦ୍ୱିତୀୟ ବର୍ଷ ପାଇଁ ପୂର୍ବ ଭାରତରୁ ସର୍ବାଧିକ ସୋଆରୁ ୯ ଜଣ ଛାତ୍ରଛାତ୍ରୀଙ୍କୁ ମାଇକ୍ରୋସଫ୍ଟ ଭଳି ପ୍ରତିଷ୍ଠିତ କମ୍ପାନୀ ନିଯୁକ୍ତିର ସୁଯୋଗ ଦେଇଥିବା ବେଳେ ୟୁଏସଏ ସ୍ଥିତ ଡେଲଏଟ୍ ପ୍ରିମିୟମ୍ କାଟେଗୋରୀ ଚଏସ୍‌ରେ ବାର୍ଷିକ ୭.୬ ଲକ୍ଷ ପ୍ୟାକେଜ୍‌ରେ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇଛି ଯାହାକି ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ସୁଯୋଗ।

ଅନୁସନ୍ଧାନ ଉପରେ ଅଧିକ ଗୁରୁତ୍ୱ ଦେଉଥିବା ସୋଆ ପକ୍ଷରୁ ଗବେଷଣା ନିମନ୍ତେ ୧୩ଟି ଗବେଷଣା କେନ୍ଦ୍ର ଏବଂ ୪୨ଟି ଗବେଷଣା ଲାବୋରେଟୋରୀରେ ୨୨ଟି ନିର୍ଦ୍ଦିଷ୍ଟ ମନୋନୀତ ବିଷୟରେ ଗବେଷଣା କରାଯାଉଛି।

ତେବେ ସୋଆ ଅଧିନରେ ୯ଟି ଅନୁଷ୍ଠାନ ପରିଚାଳିତ ହେଉଛି । ସେଗୁଡ଼ିକ ହେଲା ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି, ମେଡିକାଲ୍ ସାଇନ୍‌ସେସ୍‌, ଡେଂଟାଲ୍ ସାଇନ୍‌ସେସ୍‌, ମ୍ୟାନେଜମେଂଟ ସାଇନ୍‌ସେସ୍‌, ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ନର୍ସିଂ, ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ, ଲିଗାଲ୍ ଷ୍ଟଡିଜ୍ ଏବଂ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ ।

Leave A Reply

Your email address will not be published.