Latest Odisha News

BREAKING NEWS

ପୁଅର ପ୍ରଥମ ଝଲକର ଭିଡ଼ିଓ ସେୟାର କଲେ ସନା ଖାନ୍‌

ମୁମ୍ବାଇ: ମୁମ୍ବାଇ: ଗତ ୫ ତାରିଖରେ ମାଆ ହୋଇଥିଲେ ବଲିଉଡ଼ ଅଭିନେତ୍ରୀ ସନା ଖାନ୍ । ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ସନା ନିଜେ ସୋସିଆଲ ମିଡ଼ିଆରେ ଏହି ଖୁସି ଖବର ସେୟାର କରିବା ସହ ଉଭୟଙ୍କ ପରିବାର ଲୋକେ ବହୁତ ଖୁସି ଥିବା କହିଥିଲେ । ଏବେ ସନା ତାଙ୍କ ନବଜାତ ଶିଶୁପୁତ୍ରର ପ୍ରଥମ ଝଲକ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଛି ।

ସନା ଏବଂ ତାଙ୍କ ସ୍ୱାମୀ ଅନସ ସୟଦ ତାଙ୍କ ପୁଅଙ୍କ ନାଁ ତାରିକ ଜାମିଲ ରଖିଥିବା ଜଣାଯାଇଛିି । ତାଙ୍କୁ କୁରାନ ସହିତ ମଧ୍ୟ ପରିଚିତ କରିସାରିଛନ୍ତି । ଏନେଇ ସନା ୨ଟି ଭିଡିଓ ସେୟାର କରିଛନ୍ତି । ପ୍ରଥମ ଭିଡିଓରେ ତାଙ୍କ ପୁଅ ଏକ କମ୍ବଳ ଭିତରେ ଘୋଡ଼େଇ ହୋଇ ଶୋଇଛନ୍ତି । ଏଥିରେ ଲେଖିଛନ୍ତି ଯେ, ପ୍ରଥମ ଦିନରୁ ମୋର ଶିଶୁକୁ କୁରାନ ସହିତ ପରିଚିତ କରାଇବା । ଦ୍ୱିତୀୟ ଭିଡିଓରେ ତାରିକ ତାଙ୍କ ପିତାଙ୍କ ଆଙ୍ଗୁଠି ଧରିଥିବାର ଦେଖାଯାଇଛି ।

୨୦୨୦ ମସିହାରୁ ସନା ଅଭିନୟରୁ ଦୁରେଇ ରହିଛନ୍ତି । ସେ ନିଜ ଧର୍ମ ପାଇଁ ଏପରି ପଦକ୍ଷେପ ନେଇଥିଲେ । ପରେ ବ୍ୟବସାୟୀ ମେଲବୀ ଅନସ ସୟଦଙ୍କୁ ବିବାହ କରିଥିଲେ ସନା ।

Comments are closed.