Latest Odisha News

BREAKING NEWS

ସନାତନ ଧର୍ମ ଆମର ରାଷ୍ଟ୍ର ଧର୍ମ, ଭଗବାନ ରାମଙ୍କ ମନ୍ଦିର ରାଷ୍ଟ୍ରୀୟ ମନ୍ଦିର: ଯୋଗୀ ଆଦିତ୍ୟ ନାଥ

ଜୟପୁର: ସନାତନ ଧର୍ମ ଆମର ରାଷ୍ଟ୍ର ଧର୍ମ। ତେଣୁ ଆମେ ସମସ୍ତେ ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ଛାଡ଼ି ଏହି ରାଷ୍ଟ୍ରୀୟ ଧର୍ମ ସହ ଯୋଡ଼ି ହେବା ଉଚିତ ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅତୀତରେ ଯଦି ଆମ ଧର୍ମସ୍ଥଳକୁ ଅପବିତ୍ର କରାଯାଇଛି ତେବେ ଏହାର ପୁନରୁଦ୍ଧାର ପାଇଁ ଏକ ଅଭିଯାନ ଚଳାଇବା ଦରକାର ବୋଲି ଯୋଗୀ କହିଛନ୍ତି। ଏଥିପାଇଁ ଏକ ଅଭିଯାନ ଆରମ୍ଭ ଦରାକର ବୋଲି ଯୋଗୀ କହିଥିଲେ।

ରାଜସ୍ଥାନର ବିନମଲ ଠାରେ ନୀଳକଣ୍ଠ ମହାଦେବ ମନ୍ଦିରର ପୂନରୁଦ୍ଧାର କାର୍ଯ୍ୟକ୍ରମରେ ଯୋଗ ଦେଇ  ଯୋଗୀ ଏପରି କହିଛନ୍ତି। ସେ କହିଛନ୍ତି “ଆମ ସନାତନ ଧର୍ମ ଭାରତର ରାଷ୍ଟ୍ରୀୟ ଧର୍ମ। ଆମେ ସମସ୍ତେ ଆମର ବ୍ୟକ୍ତିଗତ ସ୍ୱାର୍ଥରୁ ଉପରକୁ ଉଠି ଏହି ରାଷ୍ଟ୍ରୀୟ ଧର୍ମ ସହ ଯୋଡ଼ି ହୁଅନ୍ତି। ଆମ ଦେଶ ସୁରକ୍ଷିତ ହେଉ। ଆମ ମାନ ବିନ୍ଦୁ ଗୁଡ଼ିକର ପୁନଃ ସ୍ଥାପନ ହେଉ। ଗୋ-ବ୍ରାହ୍ମଣର ସୁରକ୍ଷା ବେଉ। ଯଦି କୌଣସି କାଳଖଣ୍ଡରେ ଆମ ଧର୍ମାନୁଷ୍ଠାନଗୁଡ଼ିକୁ ଅପବିତ୍ର କରାଯାଇଛି ତାର ପୁନରୁଦ୍ଧାର ପାଇଁ ଏକ ଅଭିଯାନ ଚାଲୁ। ”

ଏହି ସମୟରେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର କଥା ଉଦାହରଣ ଦେଇ ସେ କହିଛନ୍ତି “ ଅଯୋଧ୍ୟାରେ ୫୦୦ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ପ୍ରୟାସରୁ ଭଗବାନ ରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆଜି ପୂରା ହେବାକୁ ଯାଉଛି। ଆପଣ ସମସ୍ତେ ଭବ୍ୟ ମନ୍ଦିର ନିର୍ମାଣରେ ଯୋଗ ଦାନ ଦେଇଛନ୍ତି। ଆଜି ଭାରତର ଭାବନାର ଅନୁରୂପ ଭାରତର ରାଷ୍ଟ୍ରୀୟ ମନ୍ଦିର ଭଗବାନ ରାମଙ୍କର ଭବ୍ୟ ମନ୍ଦିର ରୂପରେ ସ୍ଥାପିତ ହେବାକୁ ଯାଉଛି।”

ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସହ କେନ୍ଦ୍ର ଜଳ ସେଚନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶିଖାୱତ ଉପସ୍ଥିତ ଥିଲେ। ଏହି ଅବସରରେ ଦୁଇ ନେତା ରୁଦ୍ରାକ୍ଷ ଗଛ ଲଗାଇଥିଲେ।

ଏହି ଅବସରରେ ଯୋଗୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ସାରା ଦେଶକୁ ନିଜର ପରମ୍ପରାର ସୁରକ୍ଷା କରିବାକୁ ଶପଥ ପାଠ କରାଇଥିଲେ। ଆଜି ୧୪୦୦ ବର୍ଷ ପରେ ନୀଳକଣ୍ଠ ମନ୍ଦିରର ଭବ୍ୟ ରୂପ ପୁନରସ୍ଥାପନ ଆମ ପରମ୍ପରାକୁ ସମ୍ମାନ ଜଣାଇବାର ଏକ ସ୍ପଷ୍ଟ ଉଦାହରଣ ବୋଲି ଯୋଗୀ କହିଥିଲେ।

ତେବେ ଯୋଗୀଙ୍କ ମନ୍ତବ୍ୟକୁ ସମାଲୋଚନା କରିଛି କଂଗ୍ରେସ। ଦଳର ଅଣସଂଗଠିତ କର୍ମୀ ଓ କର୍ମଚାରୀ(କେକେସି)ର ଚେୟାରମ୍ୟାନ୍‌ ଉଦିତ ରାଜ ଟ୍ୱିଟ୍ କରି ଯୋଗୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଲେଖିଛନ୍ତି “ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ କହୁଛନ୍ତି ଯେ ସନାତମ ଧର୍ମ ଦେଶର ଜାତୀୟ ଧର୍ମ। ଏହାର ଅର୍ଥ ହେଲା ଶିଖ, ଜୈନ, ବୌଦ୍ଧ, ନିରଂକାର, ଖ୍ରୀଷ୍ଟିଆନ ଓ ଇସ୍‌ଲାମ ଧର୍ମ ଶେଷ।”

Leave A Reply

Your email address will not be published.