Latest Odisha News

ଖୋଲିବ କେଦାରନାଥ ଧାମ, ଜାଣନ୍ତୁ ସବିଶେଷ ତଥ୍ୟ

ନୂଆଦିଲ୍ଲୀ : ସାରା ଦେଶରେ ଶୀତର ଲହରୀ ଜାରି ରହିଛି । ପ୍ରବଳ ଥଣ୍ଡା ଓ ତୁଷାରପାତ ଯୋଗୁଁ କେଦାରନାଥ ଧାମ ବନ୍ଦ ରହିଛି। ହିନ୍ଦୁ ମାନଙ୍କ ରୀତିନୀତି ଅନୁସାରେ ଚାରିଧାମର ମହତ୍ଵ ରହିଥିବାବେଳେ ଏବେ ଚାରିଧାମ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ।

ଚାରିଧାମ ମଧ୍ୟରେ ହିମାଳୟ ପାଦଦେଶରେ ଅବସ୍ଥିତ ବଦ୍ରିନାଥ ଧାମକୁ ସର୍ବାଧିକ ଲୋକ ଯାତ୍ରା କରିଥାନ୍ତି।  କାର୍ତ୍ତିକ ମାସଠାରୁ ବୈଶାଖ ଅକ୍ଷୟ ତୃତୀୟା ପର୍ଯ୍ୟନ୍ତ ଛଅମାସ କାଳ ବଦ୍ରୀନାଥ ମନ୍ଦିର ଦ୍ୱାର ବନ୍ଦ ରହିଥାଏ। ଆସନ୍ତା ୨୬ ଏପ୍ରିଲରେ କେଦାରନାଥ ଧାମର ଦ୍ୱାର ଖୋଲିବ ।

କେବଳ ଏତିକି ନୁହେଁ ଏପ୍ରିଲ ୨୨ରେ ମଧ୍ୟ ଗାଙ୍ଗୋତ୍ରୀ ଯମୁନୋତ୍ରିର ବି ଦ୍ୱାର ଖୋଲିବ | ଏନେଇ ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ସୂଚନା ଦିଆଯାଇଥିବା ଜଣାପଡ଼ିଛି। ଏହା ସହ ଏପ୍ରିଲ ୨୭ରେ ସକାଳ ୭.୧୦ରେ ଭକ୍ତମାନଙ୍କ ପାଇଁ ବଦ୍ରିନାଥଙ୍କ ଦ୍ୱାର ଖୋଲାଯିବ।

Leave A Reply

Your email address will not be published.