ପୁରୀ : ଆଜି ହେଉଛି ବିଶ୍ୱ ମହାସାଗର ଦିବସ ବା ‘ୱାର୍ଲଡ ଓସନ୍ ଡେ’ । ପ୍ରତିବର୍ଷ ଜୁନ୍ ମାସ ୮ତାରିଖରେ ଏହି ଦିବସ ପାଳନ କରାଯାଇଥାଏ । ମହାସାଗର ଜଳରାଶି ପ୍ରଦୂଷଣ ମୁକ୍ତ ରଖିବା ସହିତ ଲୋକଙ୍କୁ ସଚେତନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ମହାସାଗର ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ମଧ୍ୟ ଅନୁଷ୍ଠିତ ହୋଇଥାଏ । ଏନେଇ ପୁରୀ ସମୁଦ୍ର କୂଳରେ ନିଆରା ଢଙ୍ଗରେ ଲୋକଙ୍କୁ ସଚେତନ ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
ପୁରୀ ବେଳାଭୂମିରେ ବାଲୁକା କଳାରେ ଲୋକଙ୍କୁ ବୁଝାଇଛନ୍ତି । ପୃଥିବୀରେ ୭୦ଭାଗ ଜଳରାଶି ରହିଛି । ଖାସ୍ କରି ୫୦ ପ୍ରତିଶତ ଅମ୍ଲଜାନ ମଧ୍ୟ ମହାସାଗରରୁ ଉତ୍ପନ ହୋଇଥାଏ । ଯାହା ପାଇଁ ଜୀଜଗତ ଏକରକମର ତିଷ୍ଠି ରହିଛି । ଯଦି ସମୁଦ୍ର ପ୍ରଦୂଷିତ ହୋଇଯାଏ ତେବେ ଜୀବଜଗତ ଅଚିରେ ଲୋପ ପାଇଯିବ ଏଥିରେ ସନ୍ଦେହ ନାହିଁ । ତେଣୁ ମାନବଜାତି ସଚେତନ ହେବା ସହିତ ସମୁଦ୍ର ଯେପରି ପ୍ରଦୂଷଣ ନହୁଏ ସେଥିପ୍ରତି ଗୁରୁତ୍ୱ ଦେବା ଜରୁରୀ ହୋଇଛି । ଯାହାକୁ ବାଲୁକାକଳା ମାଧ୍ୟମରେ ଜଣାଇଛନ୍ତି ସୁଦର୍ଶନ ।
BREAKING NEWS
- ଶେଷ ହୋଇନାହିଁ ଜାଡେଜାଙ୍କ ୨୦୨୭ ବିଶ୍ୱକପ୍ ଖେଳିବା ଆଶା
- ପାର୍ବଣରେ ଗ୍ରାହକଙ୍କୁ ଝଟ୍କା ଦେଇପାରେ ଆରବିଆଇ: ମହଙ୍ଗା ହୋଇପାରେ ଘର ଓ ଗାଡ଼ି ଋଣ
- ‘ଭୁଲ୍ ଭୁଲୈୟା ୩’ ପରେ ଏବେ ତାମିଲ ସିନେମା: ବିଦ୍ୟା ବାଲନ୍ ଦେଲେ ନୂଆ ଫିଲ୍ମର ସୁଟିଂ ହିଣ୍ଟ
- ଅକ୍ଟୋବର ୨ରେ ବୁଧ-ମଙ୍ଗଳଙ୍କ ବିରଳ ‘କେନ୍ଦ୍ର ଦୃଷ୍ଟି ଯୋଗ’: ଏହି ୪ଟି ରାଶିର ଖୋଲିବ ଭାଗ୍ୟ
- ଏସିଆନ୍ ଗେମ୍ସ ୨୦୨୬: ମହିଳା ୪ଗୁଣନ୪୦୦ ମିଟର ରିଲେରେ ଭାରତକୁ ଐତିହାସିକ ସ୍ୱର୍ଣ୍ଣ, ୫୦ ଅତିକ୍ରମ କଲା ମେଡାଲ୍ ସଂଖ୍ୟା
- ଆସିଗଲା ଆରବିଆଇର ନୂଆ ତାଲିକା: ଅକ୍ଟୋବରରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ
- ଅକ୍ଟୋବରରୁ ହ୍ୱାଟସ୍ଆପ୍ରେ ମେସେଜ୍ କଲେ ଗଣିବେ ଟଙ୍କା
- ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ସସପେଣ୍ଡ ହେଲେ ରାୟଗଡ଼ା ପୌରାଧ୍ୟକ୍ଷ ଓ କାଉନସିଲର
- ଛକା ମାରିବାରେ କୋହଲିଙ୍କ ପ୍ରଥମ ପସନ୍ଦ ୪୭ ବର୍ଷୀୟ କ୍ରିସ ଗେଲ
- କଟକରେ ନକଲି ପନିର କାରବାର: ୧୧ ଜଣଙ୍କ ନାମରେ ଏତଲା, ତଦନ୍ତ ଜୋରଦାର

Comments are closed.