ପୁରୀ : ଆଜି ହେଉଛି ବିଶ୍ୱ ମହାସାଗର ଦିବସ ବା ‘ୱାର୍ଲଡ ଓସନ୍ ଡେ’ । ପ୍ରତିବର୍ଷ ଜୁନ୍ ମାସ ୮ତାରିଖରେ ଏହି ଦିବସ ପାଳନ କରାଯାଇଥାଏ । ମହାସାଗର ଜଳରାଶି ପ୍ରଦୂଷଣ ମୁକ୍ତ ରଖିବା ସହିତ ଲୋକଙ୍କୁ ସଚେତନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ମହାସାଗର ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ମଧ୍ୟ ଅନୁଷ୍ଠିତ ହୋଇଥାଏ । ଏନେଇ ପୁରୀ ସମୁଦ୍ର କୂଳରେ ନିଆରା ଢଙ୍ଗରେ ଲୋକଙ୍କୁ ସଚେତନ ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
ପୁରୀ ବେଳାଭୂମିରେ ବାଲୁକା କଳାରେ ଲୋକଙ୍କୁ ବୁଝାଇଛନ୍ତି । ପୃଥିବୀରେ ୭୦ଭାଗ ଜଳରାଶି ରହିଛି । ଖାସ୍ କରି ୫୦ ପ୍ରତିଶତ ଅମ୍ଲଜାନ ମଧ୍ୟ ମହାସାଗରରୁ ଉତ୍ପନ ହୋଇଥାଏ । ଯାହା ପାଇଁ ଜୀଜଗତ ଏକରକମର ତିଷ୍ଠି ରହିଛି । ଯଦି ସମୁଦ୍ର ପ୍ରଦୂଷିତ ହୋଇଯାଏ ତେବେ ଜୀବଜଗତ ଅଚିରେ ଲୋପ ପାଇଯିବ ଏଥିରେ ସନ୍ଦେହ ନାହିଁ । ତେଣୁ ମାନବଜାତି ସଚେତନ ହେବା ସହିତ ସମୁଦ୍ର ଯେପରି ପ୍ରଦୂଷଣ ନହୁଏ ସେଥିପ୍ରତି ଗୁରୁତ୍ୱ ଦେବା ଜରୁରୀ ହୋଇଛି । ଯାହାକୁ ବାଲୁକାକଳା ମାଧ୍ୟମରେ ଜଣାଇଛନ୍ତି ସୁଦର୍ଶନ ।
BREAKING NEWS
- ଇକ୍ୱାଡର ଚର୍ଚ୍ଚରେ ଲାଇଭ୍-ଷ୍ଟ୍ରିମ୍ ପ୍ରାର୍ଥନା ସମୟରେ ବଡ଼ ଦୁର୍ଘଟଣା: କାନ୍ଥରୁ ଖ୍ରୀଷ୍ଟଙ୍କ ପ୍ରତିମା ଖସିପଡ଼ିବାରୁ ପାଦ୍ରୀଙ୍କ ମୃତ୍ୟୁ
- Lashkar-e-Taiba terrorist Muhammad Sarwar:ଲାହୋରରେ ଲସ୍କରର ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ; ଥିଲା ହାଫିଜ ସଇଦର ଘନିଷ୍ଠ ସହଯୋଗୀ
- ୫୪ ବର୍ଷରେ ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କ ଦେହାନ୍ତ
- ଗୁଳିମାଡ଼ ଘଟଣା ପରେ ଏକନାଥ ସିନ୍ଧେଙ୍କ ଆଗରେ କଣ କହିଲେ ଟାଇଗର ?
- ବଲିଉଡ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଗୁଳିମାଡ଼ ଘଟଣା: ୧୬ ଘଣ୍ଟା ଭିତରେ ୩ ଅଭିଯୁକ୍ତ ଗିରଫ
- ସୁଜାତା କାର୍ତ୍ତିକେୟନଙ୍କ ଡିପ୍ଫେକ୍ ଭିଡିଓକୁ ନେଇ ରାଜନୀତି ସରଗରମ; କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି
- ଆମ୍ବୁଲାନ୍ସ ଦୁର୍ଘଟଣାରେ ଆଈ ଓ ନାତୁଣୀ ମୃତ, ୨ ଜଣ ଗୁରୁତର
- ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର ୨ ଆହତ
- ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼: ସେଲିବ୍ରିଟିଙ୍କ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବେ ମହାରାଷ୍ଟ୍ର ସରକାର; କାର୍ଯ୍ୟାନୁଷ୍ଠାନ ଦାବି କଲା AICWA
- ୧୭ରୁ ଅଧିକ ମାମଲାରେ ସଂପୃକ୍ତ ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ପ୍ରସାଦକୁ ଏନ୍କାଉଣ୍ଟର

Comments are closed.