ପୁରୀ (ସନ୍ତୋଷ କୁମାର ଦାସ): ଆଜି ଜୁନ୍ 5। ବିଶ୍ୱ ପରିବେଶ ଦିବସ। ଏହି ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀର ଲାଇଟ ହାଉସ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି। ଚଳିତ ବର୍ଷ ର ଥିମ “Only One Earth” କୁ ଆଧାର କରି ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ମାନସ କୁମାର ସାହୁ।
ସେ ତାଙ୍କ ବାଲୁକା କଳା ରେ ମାଟି ମାତୃକା କୁ ବଞ୍ଚାଇ ବାର ବାର୍ତ୍ତା ଦେଇଛନ୍ତି। ମାଟିରେ ରାସାୟନିକ ଦ୍ରବ୍ୟ, କେମିକାଲ ମିଶାଇବା ଦ୍ୱାରା ମାଟି ଦୂଷିତ ହେଇଯାଉଛି ଯାହା ଦ୍ୱାରା ମାଟିର ଉର୍ବରତା ନଷ୍ଟ ହୋଇଯାଉଛି। ମାଟିର ସୁରକ୍ଷା କଲେ ଗଛ ଲତା ଏବଂ ପୃଥିବୀ ସରସ ଏବଂ ସୁନ୍ଦରତାରେ ଭରପୁର ହୋଇଉଠିବ।
ମାଟିର ସୁରକ୍ଷାରେ ଆମ ପରିବେଶ ସବୁଜିମାରେ ପରିପୂର୍ଣ ହୋଇ ଏକ ସୁନ୍ଦର ସୁସ୍ଥ ବାତାବରଣ ସୃଷ୍ଟି ହେବ। ଯାହା ଦ୍ୱାରା ଆମେ ସୁସ୍ଥ ରହିବା ସହିତ ପିଢ଼ି ପରେ ପିଢ଼ି ସୁସ୍ଥ ରହିପାରିବେ। ସେ ତାଙ୍କ ବାଲୁକା କଳାରେ ପ୍ରକୃତିର ଦୁଇଟି ରୁପକୁ ଦର୍ଶାଇଛନ୍ତି। ଗୋଟେ ପଟେ ମାଟିର ସୁରକ୍ଷା ଦ୍ୱାରା ପରିବେଶ ସରସ ସୁନ୍ଦର ଏବଂ ଅନ୍ୟପଟେ ମାଟିର ପ୍ରଦୂଷଣ ଦ୍ୱାରା ପରିବେଶ ଦୂଷିତ ର ଚିତ୍ରଣ କରି ସାରା ବିଶ୍ୱ କୁ “ମାଟି ର ସୁରକ୍ଷା ଏବଂ ସଚେତନତା ର ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ମାନସ କୁମାର ସାହୁ।
ଏହି ବାଲୁକା କଳାଟି 15 ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ 12 ଟନ୍ ବାଲି ଉପଯୋଗ କରାଯାଇଛି। ଏଥିରେ ସେ “World Environment Day” ଏବଂ “Save Soil” ର ବାର୍ତ୍ତା ଦେଇଛନ୍ତି। ଏହି ବାଲୁକା କଳାକୁ ପ୍ରସ୍ତୁତ କରିବାକୁ ମାନସ ସାହୁ ଙ୍କୁ 7 ଘଣ୍ଟା ସମୟ ଲାଗିଥିଲା।
Comments are closed.